Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୯ରେ ଆଇଆଇଏମ୍ ର ନବମ ବାର୍ଷିକ ସମାବତର୍ନ ଉତ୍ସବ

ସମ୍ବଲପୁର:ଭାରତର ଅନ୍ୟତମ ପ୍ରମୁଖ ମ୍ୟୋନଜମେଣ୍ଟ ଅନୁଷ୍ଠାନ ଆଇଆଇଏମ୍ ସମ୍ବଲପୁର ଏହାର ନବମ ବାର୍ଷିକ ସମାବତର୍ନ ଉତ୍ସବ ଆସନ୍ତା ୧୯ ତାରିଖେର ଆଇଆଇଏମ୍ ସମ୍ବଲପୁର ପରିସରର କୋଣାର୍କ ଅଡେିଟାରିୟମେର ଅନୁଷ୍ଠିତ ହେବାକୁ ଯାଉଛି। ସମ୍ମାନିତ ମାନ୍ୟଗଣ୍ୟ ବ୍ୟକ୍ତି, ଅଧ୍ୟାପକ ଓ ଅତିଥିମାନଙ୍କ ଉପସ୍ଥିତେିର ଏମବିଏ (୨୦୨୩-୨୫), ଏକ୍‌ଜିକ୍ୟୁଟିଭ୍ ଏମ୍ ବିଏ (୨୦୨୨-୨୪), ଏମ୍‌ବିଏ ଫର୍ ୱାର୍କିଂ ପ୍ରେଫସନାଲ୍ (୨୦୨୩-୨୫) ଏବଂ ପିଏଚଡି ସ୍କଲରମୋନ ନିଜ ନିଜ ଡିଗ୍ରୀ ଗ୍ରହଣ କରିବା ଅବସରେର ଆଗାମୀ କାର୍ଯ୍ୟକ୍ରମେର ସମ୍ମାନିତ ଅତିଥିଙ୍କ ଉପସ୍ଥିତେିର ଶିକ୍ଷାଗତ ସଫଳତାକୁ ପାଳନ କରାଯିବ।
ସମାବତର୍ନ ଉତ୍ସବେର ମୁଖ୍ୟ ଅତିଥି ଭୋବ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ କୁମାର ମିଶ୍ର, ଆଇଆଇଏମ୍ ସମ୍ବଲପୁରର ବୋର୍ଡ ଅଫ୍ ଗଭଣ୍ଣର୍ସର୍ ଅଧକ୍ଷା ତଥା ସେଲ୍‌ସେଫାର୍ସ ଇଣ୍ଡିଆ ଓ ଦକ୍ଷିଣ ଏସିଆର ଅଧ୍ୟକ୍ଷ ତଥା ସିଇଓ ପଦ୍ମଶ୍ରୀ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ ଏବଂ ସମ୍ମାନିତ ଅତିଥି ଭାବେ ବୋଷ୍ଟନ୍ କନସଲ୍ଟିଂ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଆଶିଷ ଗର୍ଗ ଯୋଗେଦେବ।
ଏହି ସମାବତର୍ନ ସମାରୋହ ଅନୁଷ୍ଠାନର ଶୈକ୍ଷିକ ଉତ୍କଷର୍ତା ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସୃଷ୍ଟି କରିବ।ଯେଉଁଥିରେ ଚଳିତ ବର୍ଷ ୩୧୩ ଜଣ ଏମବିଏ ଛାତ୍ର, ୩୮ ଜଣ ଏକଜିକ୍ୟୁଟିଭ୍ ଏମବିଏ ଛାତ୍ର, ୧୦ ଜଣ ଏମବିଏ ଫର ୱାର୍କିଂ ପ୍ରେଫସନାଲ ଏବଂ ୬ ଜଣ ପିଏଚଡି ସ୍କଲାର ସାମିଲ ଅଛନ୍ତି । ଏହାବ୍ୟତୀତ ଏହି ଅବସରେର ଏକ ପୁରସ୍କାର ସମୋରାହ ଅନୁଷ୍ଠିତ ହେବ। ଶିକ୍ଷାଗତ ଉତ୍କଷର୍ତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ନିଜ ନିଜ ପାଠ୍ୟକ୍ରମ ଅନୁଯାୟୀ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ