ଉତ୍ତରପ୍ରଦେଶ ଆଲିଗଡ଼ର ଭାବି ଶାଶୁ-ଜ୍ବାଇଁ ଫେରାର ହେବା ଘଟଣାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସେମାନେ ଏବେ କେଉଁଠି ଅଛନ୍ତି ଏହାକୁ ନେଇ ଦ୍ବନ୍ଦ ଆରମ୍ଭ ହୋଇଛି । ତେବେ ସେମାନେ ଟ୍ରେନରେ ଚେନ୍ ବିକ୍ରି କରୁଥିବା ଏକ ସିସିଟିଭି ଭିଡିଓରୁ ଜଣା ପଡ଼ିଛି । ତେବେ ସେମାନେ କାସଗଞ୍ଜରୁ ଟ୍ରେନ୍ ଟିକେଟ୍ କରିଥିଲେ ।
କିନ୍ତୁ ସେମାନେ ଟ୍ରେନରେ ଚଢ଼ି ନଥିଲେ । ଏବେ ସେମାନେ କେଉଁଠି ଅଛନ୍ତି ଏହାକୁ ନେଇ ବେଶ ଚର୍ଚ୍ଚା ହେଉଥିବାବେଳେ ପୋଲିସ ପକ୍ଷରୁ କୁହାଯାଇଛି ପଶ୍ଚିମବଙ୍ଗ, ବିହାର ଏବଂ ଗୁଜୁରାଟରେ ଖୋଜାଖୋଜି ଚାଲିଛି ।
ସେମାନେ ପ୍ରଥମେ ଉତ୍ତରାଖଣ୍ଡର ରୁଦ୍ରପୁରରେ ରହିଥିବା ଖବର ଆସିଥିଲା । ମାତ୍ର ପୋଲିସ ସେମାନଙ୍କୁ ସେଠାରେ ପାଇନଥିଲା । ପରେ ତାଙ୍କର ଜଣେ ସମ୍ପର୍କୀୟ କହିଥିଲେ କି, ସେମାନେ ଗୁଜୁରାଟରେ ରହିଛନ୍ତି । କିନ୍ତୁ ମିଳିନଥିଲେ । ପରେ ଚେନ ବିକିବାକୁ ଚେଷ୍ଟା କରୁଥିବା ଭିଡିଓ ସାମ୍ନାକୁ ଆସିଥିଲା । ଏବେ କୁହାଯାଉଛି କି, ସେମାନେ ବିହାର, ଗୁଜୁରାଟ କିମ୍ବା ପଶ୍ଚିମବଙ୍ଗ ଯାଇପାରନ୍ତି । ଏଣୁ ସେମାନଙ୍କୁ ଧରିବା ପାଇଁ ପୋଲିସ ତନାଘନା କରୁଛି । ସେପଟେ ରାହୁଲଙ୍କ ଶ୍ବଶୁର କହିଛନ୍ତି କି, ସେମାନେ ମୋ ପାଇଁ ମରି ଯାଇଛନ୍ତି । ମୁଁ କେବଳ ସେମାନଙ୍କ ଶେଷ ଦର୍ଶନ କରିବାକୁ ଚାହେଁ । ଏବଂ ସେମାନେ ମୋ ଟଙ୍କା ଏବଂ ଗହଣା ଫେରାନ୍ତୁ କାରଣ ଝିଅକୁ ବାହା କଲାବେଳେ ଦେବି । ମୋର ସବୁ ସମ୍ପତ୍ତି ନେଇ ଚାଲିଯାଇଛନ୍ତି ।