ହରିନାମ ମହୋତ୍ସବ ଉଦଯାପିତ:ସାଧୁସେବା ସହ ତିନି ଦିନ ଧରି ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ


ସମ୍ବଲପୁର:ଧନକଉଡା ବ୍ଲକ ଅନ୍ତର୍ଗତ ଦେବେଇପାଲିରେ ତିନିିଦିନିଆ ହରିନାମ ମହୋତ୍ସବ ବୁଧବାର ଉଦଯାପିତ ଉଦଯାପିତ ହୋଇଯାଇଛି । ମହାବିଷୁବ ସଂକ୍ରାନ୍ତି ଅବସରରେ ଏହି ମହୋତ୍ସବ ଆରମ୍ଭ ହୋଇଥିଲା । ମହୋତ୍ସବ ଅବସରରେ ୧୫ତାରିଖ ଗ୍ରାମରେ ସାଧୁସେବା ଅନୁଷ୍ଠିତ ହୋଇଥିଲା । ଏଥିରେ ପଶ୍ଚିମ ଓଡିଶାର ବିଭିନ୍ନ ମଠ ଏବଂ ଆଶ୍ରମରୁ ସାଧୁମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସାଧୁମାନେ ପହଞ୍ଚିବା ପରେ ସେମାନଙ୍କୁ ଗ୍ରାମବାସୀ ସେବାକରି ଆର୍ଶିବାଦ ଭିକ୍ଷା କରିଥିଲେ । ଏଥିରେ ତୁରୁମ ବାବା, ଗ୍ରୀଣ୍ଡୋଲା ବାବା,କୁକୁର ଜଙ୍ଗା ମହାରାଜ ପ୍ରମୁଖଙ୍କ ସହ ବହୁ ସାଧୁସନ୍ଥ ସାମିଲ ହୋଇଥିଲେ । ଏହି ଅବସରରେ ଦେବେଇପାଲିରେ ଷୋହଳ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ବରଗଡ଼ କିର୍ତ୍ତନ୍ୟ ଦଳ ଦଧିଭାଣ୍ଡରେ ସାମିଲ ହୋଇଥିଲେ । ସମସ୍ତ କାଯର୍‌ୟକ୍ରମ ବରଗଡ଼ ଅମ୍ବାପାଲି ନିକଟରେ ଜିରାନଦୀ କୂଳରେ ଥିବା ବେଣୁବାବା ମଠର ମଠାଧୀଶ ଭଗବାନ ଦାସଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ୧୯୬୮ ମସିହାରୁ ଦେବେଇପାଲିରେ ନାମ ଯଜ୍ଞ କାଯର୍‌ୟକ୍ରମ ଆୟୋଜନ ହୋଇ ଆସିଥିବା ବେଲେ ୨୦୦୧ ମସିହାରେ ବେଣୁବାବା ମଠର ମଠାଧିଶ ବାବାଜୀ ହରିଚରଣ ଦାସ ଦେବେଇ ପାଲିରେ ନାମ ଯଜ୍ଞକୁ ଭବ୍ୟ ରୁପ ଦେଇଥିଲେ । ସେହି ସମୟରୁ ନାମ ଯଜ୍ଞ ହରୀନାମ ମହୋତ୍ସବର ରୁପ ନେଇ ଆସିଥିବା ମଠାଧୀଶ ଭଗବାନ ଦାସ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସଂଜୀବ ପ୍ରଧାନ ଏବଂ ତାଙ୍କର ଧର୍ମପତ୍ନି ଚୁମକୀ ପ୍ରଧାନ କର୍ତ୍ତାଭାବରେ ଦାୟିତ୍ୱ ସମ୍ପାଦନ କରିଥିଲେ । ସେହିପରି କାର୍ଯ୍ୟକ୍ରମରେ ପାଢୀ ପୌରହିତ୍ୟ କରିଥିଲେ । ମହୋତ୍ସବରେ ବାବାଜୀ ହରୀଚରଣ ଦାସ ବାବାଙ୍କ ବିଗତ ଦିନର କାଯର୍‌ୟକ୍ରମ ଫଟୋ ଚିତ୍ର ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା । ନାମଯଜ୍ଞରେ ପିଥମପୁର, କନଖିଣ୍ଡା, ତାଲବ, କୂମ୍ଭାରବନ୍ଧ, ଟିଠେଇପାଲି, ଖଇରଗାଁ, ପିପଲପଡା ଆଦି ୧୯ ଟି ସଂର୍କିତନ୍ୟ ଦଲ ସାମିଲ ହୋଇଥିଲେ । ଗ୍ରାମରେ ତିନି ଦିନ ଧରି ଆନନ୍ଦ ବଜାର ଆୟୋଜନ କରାଯାଇଥିଲା ଯେଉଁଥିରେ ପ୍ରତିଦିନ ସହସ୍ରାଧିକ ଭକ୍ତ ପ୍ରସାଦ ସେବନ କରିଥିଲେ । ଉଦଯାପନୀ ଅବସରରେ ରେଙ୍ଗାଲୀର ପୁର୍ବତନ ବିଧାୟକ ନାଉରୀ ନାୟକ, ଗୋପାଳ ଅଗ୍ରୱାଲ, ନଟୁ ବାଙ୍କା, ତେଜରାଜ ପାତ୍ର ପ୍ରମୁଖ ସାମିଲ ହୋଇ ଆର୍ଶିବାଦ ଲାଭ କରିଥିଲେ । କାଯର୍‌ୟକ୍ରମ ଆୟୋଜନରେ ପ୍ରଶାନ୍ତ ପ୍ରଧାନ, ଉଦ୍ଧବ ନାୟକ, ବିନୋଦ ସାହୁ, ମନୋଜ ପ୍ରଧାନ, ଆଶାରାମ ପ୍ରଧାନ, ଅକ୍ଷୟ ପ୍ରଧାନ ଆଦି ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ ।