ସମ୍ବଲପୁର :ଆଜି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ( ରକ୍ତ ଭଣ୍ଡାର, ସମ୍ବଲପୁର ) ଠାରେ ସମବାୟ ବିଭାଗ, ସମ୍ବଲପୁର ଙ୍କ ଦ୍ୱାରା ରେଡ କ୍ରସ , ସମ୍ବଲପୁରଙ୍କ ସହଯୋଗ ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ ହୋଇଥିଲା । ଉକ୍ତ ରକ୍ତଦାନ ଶିବିରରେ ଶ୍ରୀଯୁକ୍ତ ଗଜେନ୍ଦ୍ର କୁମାର ପଣ୍ଡା ସମବାୟ ସମିତି ସମୂହର ଉପନିବନ୍ଧକ , ସମ୍ବଲପୁର ବିଭାଜନ, ଶ୍ରୀଯୁକ୍ତ ଅଜିତ କୁମାର ବଗର୍ତି, ସମବାୟ ସମିତି ସମୂହର ସହକାରୀ-ନିବନ୍ଧକ , ସମ୍ବଲପୁର ମଣ୍ଡଳ , ଶ୍ରୀଯୁକ୍ତ ସୁଶୀଲ କୁମାର ମିଶ୍ର , ସମବାୟ ସମିତି ସମୂହର ଉପ ସହକାରୀ-ନିବନ୍ଧକ, ସମ୍ବଲପୁର ଉପସ୍ଥିତ ରହି ରକ୍ତଦାନ ଶିବିର କୁ ସୁଶୃଙ୍ଖଳିତ ଭାବରେ ପରିଚାଳିତ କରିଥିଲେ । ଉକ୍ତ ଶିବିରରେ ୩୮ ଜଣ ସ୍ୱଇଚ୍ଛାରେ ରକ୍ତଦାନ କରିଥିଲେ, ସେଥି ମଧ୍ୟରେ ସମ୍ବଲପୁର ଉପଖଣ୍ଡରେ ଥିବା ସମବାୟ ସମିତି ଗୁଡିକର କର୍ମଚାରୀ ଓ ସଭ୍ୟମାନେ ମଧ୍ୟ ରକ୍ତ ଦାନ କରିଥିଲେ । ରକ୍ତଦାନ କରିଥିବା ବ୍ୟକ୍ତି ମାନଙ୍କୁ ରକ୍ତଦାନ ର ପ୍ରମାଣ ପତ୍ର ଦେଇ ଉତ୍ସାହିତ କରାଗଲା ।
ସମବାୟ ବିଭାଗର ରେଡକ୍ରସ ସହଯୋଗରେ ରକ୍ତଦାନ ଶିବିର
