ଓଡ଼ିଶା ଡଟ୍ ନ୍ୟୁଜ୍: ଯୌନ ରାକ୍ଷସଙ୍କ କାମ ବସନାରେ ବଳି ପଡ଼ିଲା ଆଉ ଏକ କୋମଳମତି ଶିଶୁକନ୍ୟା । ବିସ୍କୁଟ ଦେଇ ୬ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କଲା ସଇତାନ । ଘଟଣା ଘଟିଛି କନ୍ଧମାଳରେ । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଗିରଫ ଅଭିଯୁକ୍ତର ନାମ ଅନନ୍ତ କୁଦେଇ । କନ୍ଧମାଳ ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଗତକାଲି ସନ୍ଧ୍ୟାରେ ନାବାଳିକା ଜଣକ ଅଭିଯୁକ୍ତର ଘରକୁ ବୁଲିବା ପାଇଁ ଯାଇଥିଲା । ଏହି ସମୟରେ ନାବାଳିକାକୁ ବିସ୍କୁଟ ଖାଇବାକୁ ନେଇଯାଇ ଦୁଷ୍କର୍ମ କରିଥିଲା । ଏନେଇ ଶିଶୁଟି ପରିବାର ଲୋକଙ୍କୁ ଜଣାଇବା ପରେ ମାମଲା ଥାନାରେ ପହଁଚିଥିଲା । ପୋଲିସ ତଦନ୍ତ କରି ଅଭିଯୁକ୍ତ ଜଣକୁ ଗିରଫ କରିଛି । ଚିକିତ୍ସା ପାଇଁ ଶିଶୁଟିକୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।