Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ ନିକୁଞ୍ଜ ଧଳ, ଜୁଲାଇରେ ‌ନେବେ ନୂଆ ଦାୟିତ୍ବ

ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ନୂଆ ଦାୟିତ୍ବ ମିଳିଛି। ୧୯୯୩ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଶ୍ରୀ ଧଳ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ। ସେ ଆସନ୍ତା ଜୁଲାଇ ୧ ତାରିଖରେ ସଂସଦୀୟ ବ୍ୟାପାର ସଚିବ ଦାୟିତ୍ବ ନେବେ।

ରାଜ୍ୟରେ ସରକାର ବଦଳିବା ପରେ ନିକୁଞ୍ଜ ବିହାରୀ ଧଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଏସିଏସ) ଭାବେ ଗତବର୍ଷ ଜୁନ୍‌ ମାସରେ ନିଯୁକ୍ତି ମିଳିଥିଲା। ଏହା ପୂର୍ବରୁ ସେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଥିଲେ। ସେ ମଧ୍ୟ ସ୍ବତନ୍ତ୍ର ରିଲିଫ କମିସନର ଦାୟିତ୍ବ ତୁଲାଇଥିଲେ। ସେହିପରି ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଥିଲେ। ପୂର୍ବରୁ ରାଜ୍ୟ ସରକାର ତାଙ୍କୁ ସ୍ବାସ୍ଥ୍ୟ ସଚିବ ଭାବେ ମଧ୍ୟ ନିଯୁକ୍ତି ଦେଇଥିଲେ। ସବୁଠାରୁ ବଡ଼ କଥା ହେଲା ଯେ, ଶ୍ରୀ ଧଳ ସାଧାରଣ ନିର୍ବାଚନ-୨୦୨୪କୁ ସେ ଭଲ ପରିଚାଳନା କରିଥିଲେ, ଯାହାକୁ ସବୁ ମହଲରେ ପ୍ରଶଂସା କରାଯାଇଥିଲା। ନିର୍ବାଚନ ସମୟରେ ତ୍ରୁଟି ପାଇଁ ସେ କିଛି ଅଧିକାରୀ ଓ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ତେଣୁ ଆଶା କରାଯାଉଥିଲା ଯେ, ନିକୁଞ୍ଜ ଧଳକୁ କିଛି ବଡ଼ ଦାୟିତ୍ବ ମିଳିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ