Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୀରକ ଜୟନ୍ତୀର ଲଗୋ ଉନ୍ମୋଚିତ:୨ ବର୍ଷ ଧରି ଲଜପତ୍ ରାୟ ଆଇନ ମହାବିଦ୍ୟାଳୟ ଆଲିମୁନି ସଂଘ୍ରର ହୀରକ ଜୟନ୍ତୀ

ସମ୍ବଲପୁର : ଆଜି ସମ୍ବଲପୁର ଲାଜପତ ରାୟ ଆଇନ ମହାବିଦ୍ୟାଳୟରେ ପୁରାତନ ଛାତ୍ର ସଙ୍ଘ୍ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହୀରକ ଜୟନ୍ତୀ ଲୋଗୋ ଉନ୍ମୋଚିତ ହୋଇଯାଇଛି। ମଞ୍ଚାସିନ କଲେଜ ଅଧ୍ୟକ୍ଷ ପ୍ରଫେସର ବିଜୟାନନ୍ଦ ବେହେରା, ଆଲୁମୁନି ସଂଘ୍ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀ ସତ୍ୟନାରାୟଣ ପଣ୍ଡା, ସମ୍ପାଦକ ଆଇନଜୀବୀ ଦୁର୍ଗା ପାଢ଼ୀ, ଆସୋସିଏଟେ ପ୍ରଫେସର ଲକ୍ଷ୍ମୀକାନ୍ତ ଦାସ, ଆସିଷ୍ଟାଣ୍ଟ ପ୍ରଫେସର ଅଙ୍କିତ ସୌରଭ ସାହୁ ପ୍ରମୁଖ ଲୋଗୋକୁ ଉନ୍ମୋଚନ କରିଥିଲେ। ଅବସରରେ କଲେଜର ଶତାଧିକ ଛାତ୍ର ଛାତ୍ରୀ , ବହୁ କର୍ମଚାରୀ, ପୁରାତନ ଛାତ୍ର ଉପସ୍ଥିତ ଥିଲେ। ଏ ଉପଲକ୍ଷେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷ ପ୍ରଫେସର୍ ବେହେରା ସଭାପତିତ୍ବ କରିଥିଲେ ଓ ସମସ୍ତଙ୍କୁ ସ୍ଵାଗତ କରିଥିଲେ। ଆଲୁମୁନି ସଂଘ ସଭାପତି ଶ୍ରୀ ପଣ୍ଡା ନିଜ ବକ୍ତବ୍ୟରେ ହୀରକ ଜୟନ୍ତୀକୁ ଧୁମଧାମରେ ପାଳନ କରାଯିବ ବୋଲି କହିଥିଲେ। ବର୍ତ୍ତମାନ କଲେଜରେ ଅଧ୍ୟୟନ କରୁଥିବା ପ୍ରତ୍ୟେକ ଛାତ୍ର ଛାତ୍ରୀଙ୍କୁ ହୀରକ ଜୟନ୍ତୀ ସ୍ଵତନ୍ତ୍ର ସ୍ମରଣିକା ଦିଆଯିବ ବୋଲି କହିଥିଲେ। କଲେଜରୁ ପାସ କରିସାରିଥିବା ଥିବା ସବୁ ଛାତ୍ର ଛାତ୍ରୀ, ବର୍ତ୍ତମାନର ଅଧ୍ୟାପକ ଓ ଅବସରପ୍ରାପ୍ତ କରିଥବା ସବୁ ଅଧ୍ୟାପକ,ଓ କର୍ମଚାରୀଙ୍କୁ ସାମିଲ କରାଯିବ। ଅଲୁମୁନି ସମ୍ପାଦକ ଦୁର୍ଗା ପାଢ଼ୀ ନିଜ ଅଭିଭାଷଣରେ ହୀରକ ଜୟନ୍ତୀ କିପରି ପାଳନ କରାଯିବ ତା ଉପରେ ବିସ୍ତୃତ ବିବରଣ ପ୍ରଦାନ କରିଥିଲେ। ଲୋଗୋର ଉନ୍ମୋଚନ ର ଉଦ୍ଦେଶ୍ୟ ନେଇ କହିଥିଲେ।। ହିରକ ଜୟନ୍ତୀ ପାଳନ କମିଟି ନେଇ ପ୍ରକାଶ କରିଥିଲେ। ହୀରକ ଜୟନ୍ତି ସଫଳତା ପାଇଁ ଛାତ୍ର ଛାତ୍ରୀଙ୍କ ସହଯୋଗ କାମନା କରିବା ସହ ସମସ୍ତଂକ ଯୋଗଦାନ ପାଇଁ ନିବେଦନ କରିଥିଲେ। ହୀରକ ଜୟନ୍ତୀ ପ୍ରବେଶ ଗେଟ ଓ ହୀରକ ଜୟନ୍ତୀ କଲେଜ ବିଲଡିଂ ର୍ ନିର୍ମାଣ ଓ ଏହାର ଭୂମି ପୂଜନ ନେଇ ସୂଚନା ପ୍ରଦାନ କରିଥିଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ଏହାର ପ୍ରସ୍ତାବ ଉପରେ ବି ବିବରଣ ପ୍ରଦାନ କରିଥିଲେ। ମେଗା ରକ୍ତଦାନ ଶିବିର, ବ୍ୟାପକ ବୃକ୍ଷ ରୋପଣ, ମହିଳା ସଶକ୍ତିକରଣ ନେଇ ଜାତୀୟ ସେମିନାର ଓ କର୍ମଶାଳା, ମାନବ ଅଧିକାର ନେଇ ଜାତୀୟ କର୍ମଶାଳା, ଶିଶୁ ସୁରକ୍ଷା ନେଇ ରାଜ୍ୟ ଓ ଜାତୀୟ କର୍ମଶାଳା, ଆଇନ ଶିକ୍ଷା,ତ୍ୱରିତ ନ୍ୟାୟିକ ବ୍ୟବସ୍ଥା ନେଇ ଜାତୀୟ ସମ୍ମିଳନୀ ଇତ୍ୟାଦି ଓ ବହୁ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସମ୍ପାଦକ ପ୍ରକାଶ କରିଥଲେ। ହୀରକ ଜୟନ୍ତୀରେ ଅଂଶଗ୍ରଣକାରୀଙ୍କୁ ପଞ୍ଜିକରଣ କରିବାକୁ ପଡ଼ିବ ବୋଲି ସମ୍ପାଦକ ପ୍ରକାଶ କରିଥଲେ। କଲେଜର ପୂର୍ବତନ ଏସଓ ଶ୍ରୀ ରାଜକିଶୋର ପାଢ଼ୀ, ବରିଷ୍ଠ କର୍ମଚାରୀ ନଟବର ମହାରଣା , ସିପ୍ରା ମହାନ୍ତି, ବନ୍ଦିତା ମିଶ୍ର, ଶ୍ରୀ ଅରୁଣ କୁମାର, ଲକ୍ଷ୍ମୀ ନାରାୟଣ ପଟେଲ, କୌସିକ ଗୁରୁ,ସୁମନ୍ତ ସ୍ୱାଇଁ, ପ୍ରକାଶ ଶତପଥୀ , ରଞ୍ଜିତ ସିଂ ହୁରା , ଚିନ୍ମୟ ଶତପଥି, ପ୍ରଶାନ୍ତ ପ୍ରଧାନ, ସଞ୍ଜୀବ ପ୍ରଧାନ, ରମାକାନ୍ତ ଶତପଥୀ, ପ୍ରଶାନ୍ତ ପାଢ଼ୀ, ଅର୍ଧେନ୍ଦୁ ଦାଶ, ହୃଷୀକେଶ ସ୍ୱାଇଁ, ଭାଗତ ସିଂ, ପ୍ରଦୀପ ସୂପକାର, ୱାଇ ଜନ ସମୂଏଲ, ଅଭିଯିତ ପାଣ୍ଡେ, ସନ୍ତୋଶିନି ନାୟକ , ସଞ୍ଜୟ ବାବୁଙ୍କ ସମେତ ଏକ ବୃହତ୍ କମିଟି ପଞ୍ଜିକରଣ ଦାୟିତ୍ୱରେ ଅଛନ୍ତି। କାର୍ଯ୍ୟକ୍ରମ ଶେଷରେ ଆଇନଜିବି ତଥା କଲେଜର ପୂର୍ବତନ ଅଧ୍ୟାପକ ଶ୍ରୀ ଅରୁଣ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ