ସମ୍ବଲପୁର:ସମ୍ବଲପୁରରେ ପୂର୍ତ୍ତ ବିଭାଗ ପକ୍ଷରୁ ଉଭୟ ହେବକୁଥିବା ଓ ଚାଲିଥିବା ବିଭିନ୍ନ ପ୍ରକଳ୍ପ ର ସ୍ଥାନ ପରିଦର୍ଶନ ଓ କାର୍ଯ୍ୟ ର ସମିକ୍ଷା କରିଛନ୍ତି ପୁର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଶ୍ରୀଯୁକ୍ତ ଜୟ ନାରାୟଣ ମିଶ୍ର । ଚଳିତ ମାସ ୬ ତାରିଖ ରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କ ସମ୍ମିଳନୀ କକ୍ଷ ରେ ହୋଇଥିବା ଉଚ୍ଚ ସ୍ତରୀୟ ବୈଠକରେ ପୂର୍ତ୍ତ ବିଭାଗ ର ବିଭିନ୍ନ ପ୍ରକଳ୍ପ ସମ୍ପର୍କ ରେ ଆଲୋଚନା ହୋଇଥିଲା । ସେଠାରେ ହୋଇଥିବା ନିଷ୍ପତ୍ତି ମୁତାବକ ଆଜି ସମ୍ବଲପୁର ବିଧାୟକ ଙ୍କ ସମେତ ପୂର୍ତ୍ତ ବିଭାଗ ର ବରିଷ୍ଠ ଅଧିକାରୀ ମାନେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ।
ହୀରାକୁଦ ଓ ବୁର୍ଲା କୁ ସଂଯୋଗ କରିବା ପାଇଁ ନିର୍ମାଣ ହେବାକୁଥିବା ନୂତନ ସେତୁ ର ଉଭୟ ପକ୍ଷର ସ୍ଥାନ କୁ ଚିହ୍ନଟ କରିବା ଓ ଏହାର ଆନୁଷଙ୍ଗିକ ବ୍ୟବସ୍ଥା କୁ ସୁଦୃଢ଼ କରିବା ପାଇଁ ବୁର୍ଲା ଓ ହୀରାକୁଦ କୁ ଯାଇଥିଲା ଟିମ୍ । ଏହା ସହିତ ହୀରାକୁଦ ଓ ବୁର୍ଲା ରେ ଚାଲୁଥିବା ବିଭିନ୍ନ ରାସ୍ତା, ନାଳି ଓ ଉନ୍ନୟନ କାର୍ଯ୍ୟ କୁ ମଧ୍ଯ ସମୀକ୍ଷା କରିଥିଲେ ବିଧାୟକ ଓ ଯନ୍ତ୍ରୀଗଣ । ସମ୍ବଲପୁର ସହିଦ ଛକ ରୁ ଫାସକୁଦା ଦେଇ ସୋନପୁର ରାସ୍ତା କୁ ସଂଯୋଗ କରିବା ପାଇଁ ନିର୍ମାଣ ହେବାକୁଥିବା ରିଙ୍ଗ ରୋଡ ର ପାର୍ଶ୍ଵ ପରିଦର୍ଶନ କରିଥିଲେ ଟିମ୍ । ଏହା ସହିତ ସମ୍ବଲପୁର ସହର ରେ ଚାଲୁଥିବା ବିଭିନ୍ନ ରାସ୍ତା, ନାଳି ଓ ଉନ୍ନୟନ କାର୍ଯ୍ୟ କୁ ମଧ୍ଯ ସମୀକ୍ଷା କରିଥିଲେ ବିଧାୟକ ଓ ଯନ୍ତ୍ରୀଗଣ ।
ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଙ୍କ ସୂଚନା ମୁତାବକ ସମସ୍ତ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ରେ ଉଚ୍ଚକୋଟି ର ଗୁଣାତ୍ମମାନ କୁ ବଜାୟ ରଖିବା ସହ ପ୍ରକଳ୍ପ ଗୁଡ଼ିକୁ ସଠିକ୍ ସମୟରେ ସମ୍ପନ୍ନ କରିବା ପାଇଁ ବିଧାୟକ ଶ୍ରୀଯୁକ୍ତ ଜୟ ନାରାୟଣ ମିଶ୍ର ବିଭାଗୀୟ ମନ୍ତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ ।
ବିଧାୟକ ଙ୍କ ଆଜିର ପରିଦର୍ଶନ ସମୟରେ ଭୁବନେଶ୍ୱର ରୁ ଆସିଥିବା ରାସ୍ତା -୨ ର ମୂଖ୍ୟ ଯନ୍ତ୍ରୀ ଇଂ.ଧ୍ୟାନଚାନ୍ଦ ନାଏକ, ସମ୍ବଲପୁର ସର୍କିଲ ର ପୁର୍ତ୍ତ ବିଭାଗ ମୂଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ.ହେମନ୍ତ ନାଏକ , ସମ୍ବଲପୁର ପୂର୍ତ୍ତ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ଇଂ.ବିଭୁ ପ୍ରସାଦ ଲେଙ୍କା, କାର୍ଯୟନିର୍ବାହୀ ଯନ୍ତ୍ରୀ ଇଂ.ଜିତେନ୍ଦ୍ର କୁମାର ମେହେର ଓ ଅନ୍ୟାନ୍ୟ ଯନ୍ତ୍ରୀ ଗଣ ଉପସ୍ଥିତ ଥିଲେ ।
ପୂର୍ତ୍ତ ବିଭାଗ ର ବିଭିନ୍ନ ପ୍ରକଳ୍ପ ସ୍ଥାନ ପରିଦର୍ଶନ କଲେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର
