କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପିର ସାଙ୍ଗଠନିକ ବୈଠକ


ସମ୍ବଲପୁର:କୁଚିଣ୍ଡା ଟାଉନ୍ ହଲ୍ ଠାରେ ଆଜି ରବିବାର ଦିନ ଭାରତୀୟ ଜନତା ପାର୍ଟି ର ସାଙ୍ଗଠନିକ ବୈଠକ କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ସକ୍ରିୟ ସଦସ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଗୁଦଗୁଦା ମଣ୍ଡଳର ସଭାପତି ଚୂଡ଼ାମଣି ମାକର ମଞ୍ଚ ପରିଚାଳନା କରିଥିବା ବେଳେ ରୁଦ୍ର ପ୍ରତାପ ଦେଓ ନିର୍ବାଚନୀ ସଫଳତା ଓ ସଙ୍ଗଠନାତ୍ମକ ବିଷୟ ରେ ଆଲୋଚନା କରିଥିଲେ।ଅନ୍ୟତମ ବକ୍ତା ବିଭୂତି କଲ୍ୟାଣ ପଟେଲ ଭାରତୀୟ ରାଜନୀତି ରେ ବିଜେପି ଦ୍ଵାରା ଆସିଥିବା ପରିବର୍ତ୍ତନ ବିଷୟ ରଖିଥିଲେ।ସୁଶିଲ କୁମାର କର ଭାରତୀୟ ରାଜନୀତି ରେ ମୋଦି ସରକାର ଙ୍କ ୧୧ବର୍ଷ ଓ ଓଡ଼ିଶା ସରକାର ଙ୍କ ୯ ମାସ ର ସଫଳତା ଏବଂ ତାର ଉପଲବ୍ଧି ବିଷୟ ରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଜିଲ୍ଲା ଉପ ସଭାପତି ବିରେନ୍ଦ୍ର ଚୌଧରୀ ଧନ୍ୟବାଦ୍ ଅର୍ପଣ କରିଥିଲେ।ସଭାରେ ଅନ୍ୟମାନଙ୍କ ମଧ୍ୟରେ ସମୁଦାୟ ୭ ଟି ମଣ୍ଡଳ ର ମଣ୍ଡଳ ସଭାପତି ସମସ୍ତ ମୋର୍ଚା ସଭାପତି ପୂର୍ବତନ ମଣ୍ଡଳ ସଭାପତି ବରିଷ୍ଠ କାର୍ଯ୍ୟକର୍ତା ଙ୍କ ସମେତ ୩୧୭ ଜଣ ସକ୍ରିୟ ସଦସ୍ୟ ଉପସ୍ଥିତ ଥିଲେ।