Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବାତିଲ କଲେ ପିସିସିଏଫ୍,ବଡ଼ କିଏ ?

ସମ୍ବଲପୁର:ଆଜି ସମ୍ବଲପୁର କେନ୍ଦୁପତ୍ର ଡିଏଫଓ ଙ୍କ କାର୍ଯ୍ୟାଳୟର ସମ୍ମୁଖରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ସମ୍ବଲପୁର ଡିଭିଜନ କମିଟି ପକ୍ଷରୁ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ବଜେଟ ପ୍ରାପ୍ତ ୧୦୦ କୋଟି ଟଙ୍କାରୁ ୫୦ କୋଟି ଟଙ୍କା କାଟି ଦେବା, ସରକାରୀ ଘୋଷଣା ସତ୍ତ୍ୱେ କନ୍ୟା ବିବାହ ସହାୟତା ବାତିଲ, ସର୍ବନିମ୍ନ ମଜୁରୀ ବୃଦ୍ଧି ଗତ ଜୁଲାଇ ମାସରୁ ହୋଇଥିଲେ ମଧ୍ୟ ଦୀର୍ଘ ୯ ମାସ ଅତିବାହିତ ହୋଇଯାଇଥିଲେ ବି ଶିଜିନାଲ କର୍ମଚାରୀ ମାନଙ୍କର ମାସିକ ମଜୁରୀ ବୃଦ୍ଧି ହୋଇ ନ ଥିବା ଏବଂ ବନ୍ଧେଇ ଶ୍ରମିକ ମାନଙ୍କର ପିସ୍ ରେଟ୍ ବୃଦ୍ଧି ହୋଇନଥିବା ଏବଂ ବିଶେଷ ଭାବରେ ସଂଘର ବହୁ ଦିନର (KLDB) ଗଠନ ଦାବୀ ସରକାର ପୁନର୍ଗଠନ କରିଥିଲେ ମଧ୍ୟ ତୃଟି ପୂର୍ଣ୍ଣ ଭାବରେ ଏହା ଗଠନ କରାଯାଇଥିବାରୁ ଏସବୁର ପ୍ରତିବାଦରେ ଏବଂ ଅନ୍ୟାନ୍ୟ ସାମାଜିକ ନିରାପତ୍ତା ମୂଳକ ଆର୍ଥିକ ସହାୟତା ପ୍ରଦାନରେ ବିଳମ୍ୱ ଏବଂ ଉଲ୍ଲେଖନୀୟ ବିଷୟ ଯେ କେନ୍ଦୁପତ୍ର ତୋଳାଳୀ ମାନଙ୍କର ନିର୍ବାଚନ ଇସ୍ତାହାରରେ କେରି ପ୍ରତି ଦର ବୃଦ୍ଧି କରିବା ଘୋଷଣା ହୋଇଥିବା ସୁଦ୍ଧା କେନ୍ଦୁପତ୍ର ସଂଗ୍ରହ ଆରମ୍ଭ ହୋଇଥିଲେ ମଧ୍ୟ କେରି ପ୍ରତି ଦର ବୃଦ୍ଧି ହୋଇ ନଥିବା ଯୋଗୁଁ ଗଭୀର ଅସନ୍ତୋଷ ପ୍ରକାଶ କରାଯାଇ ଶୀଘ୍ର ଦରବୃଦ୍ଧି ଘୋଷଣା କରିବାକୁ ଦାବୀ କରାଯାଇଥିଲା । ପ୍ରକାଶ ଥାଉ କି ଗତକାଲି ୧୦ ହଜାର ଦସ୍ତଖତ ସମ୍ମଲିତ ଦାବୀ ପତ୍ର ସଂଘ ପକ୍ଷରୁ ଦିଆଯାଇ ଉପୋରକ୍ତ ଦାବୀ ସମୂହକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ପାଖରେ ରଖାଯାଇ ଥିବା ବେଳେ ସେହି ସମୟରେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ଉପରକୁ ଯାଇ ପି ସି ସି ଏଫ୍ କନ୍ୟା ସହାୟତା ଘୋଷଣା କୁ ବାତିଲ କରି ଚିଠି କରିବା ବର୍ତ୍ତମାନ
ସରକାରଙ୍କ ଶ୍ରମିକ ବିରୋଧୀ ମନୋଭାବ ଏବଂ ସରକାରଙ୍କ ଭିତରେ ତାରତମ୍ୟ ନ ଥିବା ସୂଚାଉଛି। ପି ସି ସି ଏଫ୍ ଙ୍କ ଏହି ନିର୍ଦ୍ଦେଶ କୁ ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି।
ଆଜିର ଏହି ଧାରଣା ଓ ଘେରାଉ କାର୍ଯ୍ୟ କ୍ରମରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ଶ୍ରୀ ବିଜୟ କୁମାର ମହାନ୍ତି ଉଦବୋଧନ ଦେଇ ଉପରୋକ୍ତ ବିଷୟରେ ସରକାରଙ୍କର ଅବହେଳାର ତୀବ୍ର ସମାଲୋଚନା କରି ଉପରୋକ୍ତ ଦାବୀ ଗୁଡ଼ିକ ଶୀଘ୍ର ପୂରଣ କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିରେ ଅବହେଳା ହେଲେ ତୋଳାଳୀ ଏବଂ ଶ୍ରମିକ ମାନଙ୍କର ଅସନ୍ତୋଷ ବୃଦ୍ଧି ସହ ଆନ୍ଦୋଳନ କୁ ତୀବ୍ର କରାଯିବ ବୋଲି ସତର୍କ କରାଇଥିଲେ ।
ଏହାପରେ ଡି ଏଫ୍ ଓ ଗୌରୀ ଶଙ୍କର ଦାସଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଏହି ଦାବୀ ପତ୍ରର ପ୍ରତିଲିପି ଜଙ୍କଲ ମନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପି.ସି.ସି.ଏଫ୍ ଙ୍କୁ ଦିଆଯାଇ ଥିବା ଏହି ଦାବୀ ପତ୍ର ରେ ହଜାର ହଜାର ତୋଳାଳୀ ଓ ଶ୍ରମିକ ମାନେ ଦସଖସ୍ତ କରିଛନ୍ତି ।
କନ୍ୟା ବିବାହ ସହାୟତା ଦେବାରେ ଯଦି ଅବହେଳା କରାଯାଏ ତାହେଲେ ସାରା ରାଜ୍ୟରେ ଆନ୍ଦୋଳନକୁ ତୀବ୍ର କରାଯିବାର ଘୋଷଣା କରାଯାଇଛି।
ଏହି ଧାରଣା ଓ ଘେରାଉ କାର୍ଯ୍ୟକ୍ରମରେ ସଂଘର ରାଜ୍ୟ ଉପ ସଭାପତି ଶ୍ରୀ ଗୋକୁଳ ମେହେର, ରାଜ୍ୟର ସାଂଗଠାନିକ ସମ୍ପାଦକ ଶ୍ରୀ ସଂଜିତ ମହାନ୍ତି, ରାଜ୍ୟ ସମ୍ପାଦକ ମହମ୍ମଦ ମୂର୍ତ୍ତୁଜା, ଦେବଗଡ଼ ଡିଭିଜନ ସମ୍ପାଦକ ଭୂପେନ୍ଦ୍ର ନାୟକ, ଶ୍ରମିକ ନେତା ଏନ୍ ଗୋପାଳ, ବରିଷ୍ଠ ଶ୍ରମିକ ନେତା ଗଦାଧର କୁଅଁର, ରଘୁମଣି ଦାସ, ବିଶ୍ଵନାଥ ସ୍ୱାଇଁ, ଦେବଜ୍ୟୋତି ପଟ୍ଟନାୟକ, ସୁମିତ୍ ପଟେଲ, ଚୁମନ୍ ପ୍ରଧାନ, ରମେଶ ମହାର, ନାରାୟଣ ମହାପାତ୍ର, ହୃଦାନନ୍ଦ ଗୁରୁ, ଅନାଦି ମିର୍ଦ୍ଧା, ନେପାଲ ମେଣ୍ଡିଲି, ସୁବାଷ ମିଶ୍ର, ହିମାଂଶୁ ପୁରୋହିତ, ଅଜିତ ଗାଈଗରିଆ, ଚୈତନ୍ ହୋତା, ଟଙ୍କ ପ୍ରଧାନ, ସୁମନ ପ୍ରଧାନ, ଦିଲେଶ୍ୱର୍ ପ୍ରଧାନ, ଗନ୍ଧର୍ବ ପ୍ରଧାନ, ସୁବାଷ ମିଶ୍ର, ତ୍ରିନାଥ ରଣବେଡ଼ା, ଅଶ୍ଵିନୀ ମହାପାତ୍ର, ସୁରେନ୍ଦ୍ର ପତି, ଚିତ୍ରସେନ ନାୟକ ପ୍ରମୁଖ ଧାରଣାରେ ବକ୍ତବ୍ୟ ରଖିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ