Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରଗଡ଼ରେ ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ

ସମ୍ବଲପୁର:ବରଗଡ଼ ଗସ୍ତରେ ଅଛନ୍ତି ଓଡିଶା ଖାଦ୍ୟ ଆୟୋଗ ସଦସ୍ୟ। ଆୟୋଗ ସଦସ୍ୟ ଦୟାନିଧି ଦାଶ ଏବଂ ଅକ୍ଷୟ କୁମାର ବେହେରା ତିନି ଦିନିଆ ବରଗଡ଼ ଜିଲା ଗସ୍ତରେ ଆସିଛ ମଙ୍ଗଳବାର ସୋହେଲା ବ୍ଲକ ଅନ୍ତର୍ଗତ କେନ୍ଦମଣ୍ଡି ଓ ଗର୍ଭଣା ଗ୍ରାମାଞ୍ଚଳର ଅଙ୍ଗନୱାଡି କେନ୍ଦ୍ର, ଗର୍ଭଣା ସେବାଶ୍ରମ, ଚିଚିଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କିଚେନ ଗାର୍ଡେନ ଏବଂ ଚିଚିଣ୍ଡା ସ୍ଥିତ ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ପରିଦର୍ଶନ କରିଥିଲେ। ପିଲାମାନଙ୍କୁ ବଣ୍ଟନ କରାଯାଉଥିବା ମଧ୍ୟାହ୍ନ ଭୋଜନ ଏବଂ ଛତୁଆର ଗୁଣାତ୍ମକ ମାନ ଯାଞ୍ଚ କରିବା ସହ ସ୍ୱଚ୍ଛତା ଉପରେ ଅନୁଧ୍ୟାନ କରି ଏଦିଗରେ ଯତ୍ନଶୀଳ ରହିବାକୁ ପରାମର୍ଶ ଦେଇଥିଲେ।ଏହା ସହିତ ବିଦ୍ୟାଳୟ ପରିସରରେ ପିଲାମାନଙ୍କ ଗୁଣାତ୍ମକ ଦକ୍ଷତା ବିକାଶ ନିମନ୍ତେ ସବୁଜ ପନିପରିବା ଚାଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସଦସ୍ୟଙ୍କ ଗସ୍ତ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କରିସ୍ମା ଭେସ୍ରା, ଭାରପ୍ରାପ୍ତ ସିଡିପିଓ ଏବଂ ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କ ସମେତ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।ବରଗଡ଼ ଜିଲ୍ଲାରେ ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟଙ୍କ ଏହି ଗସ୍ତ ଜିଲ୍ଲାରେ ଏକ ସକାରାତ୍ମକ ପ୍ରଭାବ ପଡିବ ବୋଲି ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ