Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ସାଂସ୍କୃତିକ ସମାଜ ଦ୍ଵାରା ବିଶ୍ଵ ପୁସ୍ତକ ଦିବସ

ସମ୍ବଲପୁର:ଆଜି ଓଡିଶା ସାଂସ୍କୃତିକ ସମାଜ ଆନୁକୁଲ୍ୟରେ ଲେଡି ଲୁଇସ୍ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବିଶ୍ଵ ପୁସ୍ତକ ଦିବସ ପାଳନ କରାଯାଇଛି l ସଭାପତି ଡ ପରେଶ ଦାନୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସର୍ବ ପ୍ରଥମେ କାଶ୍ମୀରର ପହଲଗାମ ଠାରେ ଆତଙ୍କବାଦୀ ଦ୍ୱାରା 28 ଜଣ ପର୍ଯ୍ୟଟକଙ୍କୁ ହତ୍ୟା ଘଟଣାକୁ ନିନ୍ଦା କରାଯାଇ, ସେମାନଙ୍କ ଆତ୍ମାର ସଦ୍ ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ସ୍କୁଲ ଶିକ୍ଷୟିତ୍ରୀ ଅନୁପମା ପଣ୍ଡା ସମସ୍ତ ଅତିଥିଙ୍କୁ ସ୍ଵାଗତ କରି ଅତିଥି ପରିଚୟ ପ୍ରଦାନ କରିଥିଲେ l ପ୍ରଧାନ ଶିକ୍ଷକ ଶ୍ରୀ ସୁଜିତ୍ କୁମାର ଲୁହା ଓଡିଶା ସାଂସ୍କୃତିକ ସମାଜର ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ l ପାଠାଗାର ସମିତି ଆବାହକ ଡ଼ ସତ୍ୟନାରାୟଣ ଠାକୁର ଛାତ୍ରଛାତ୍ରୀ ମାନଙ୍କର ପୁସ୍ତକ ପଠନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ l ସମ୍ପାଦକ ଶ୍ରୀ ଦୀନବନ୍ଧୁ ପଣ୍ଡା ଓଡିଶା ସାଂସ୍କୃତିକ ସମାଜର ଆଭିମୁଖ୍ୟ ଉପରେ ଆଲୋକପାତ କରି ଛାତ୍ରଛାତ୍ରୀମାନଙ୍କ ସଚେତନତା ପାଇଁ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ ବୋଲି କହିଥିଲେ l ମୁଖ୍ୟ ବକ୍ତା ଶିକ୍ଷାବିତ୍ ଶ୍ରୀ ରାଜେନ୍ଦ୍ର କୁମାର ପଣ୍ଡା ବିଶେଷ କରି ଛାତ୍ର ସମୟରେ ଜ୍ଞାନ ଆହରଣ ପାଇଁ ପୁସ୍ତକ ପଠନର ଆବଶ୍ୟକତା ଉପରେ ବିଭିନ୍ନ ଉଦାହରଣ ଦେଇ ବକ୍ତବ୍ୟ ରଖିଥିଲେ l ସଭାପତି ଡ ଦାନୀ ଏହି ଦିନର ମହତ୍ତ୍ୱକୁ ଉପଲବଧି କରି ତାର ପ୍ରଚାର ଦିଗରେ ପୁସ୍ତକ ମେଳା ଆୟୋଜନ, ଲେଖକ ତଥା ପ୍ରକାଶକଙ୍କ ଅଧିକାରକୁ ସୁଦୃଢ କରିବା ଈତ୍ୟାଦି ବିଷୟରେ ବର୍ଣ୍ଣନା କରିଥିଲେ l ଏହି ଦିବସ ଉପଲକ୍ଷେ ହୋଇଥିବା ବକ୍ତୃତା ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀ ଜୁନିୟର ସ୍ତରରେ ଆୟୁସି ବେହେରା ପ୍ରଥମ, ଅଦିତି ପ୍ରିୟଦର୍ଶିନୀ ନାୟକ ଦ୍ଵିତୀୟ ଓ ସ୍ରୁଷ୍ଟି ଦଳାଇ ତୃତୀୟ ଏବଂ ସିନିୟର ସ୍ତରରେ ତପସ୍ୟା ପ୍ରଧାନ ପ୍ରଥମ, ଗାୟତ୍ରୀ ବାରିକ ଦ୍ଵିତୀୟ ଓ ମୋନାଲିସା ମଲ୍ଲିକ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ଓଡିଶା ସାଂସ୍କୃତିକ ସମାଜ ଦ୍ଵାରା ପ୍ରକାଶିତ ପୁସ୍ତକ ସ୍କୁଲ ପାଠାଗାରକୁ ଛାତ୍ରୀ ମାନଙ୍କ ପଠନ ପାଇଁ ଦିଆଯାଇଥିଲା l ଶେଷରେ ଶିକ୍ଷୟତ୍ରି ଶ୍ରୀମତୀ କମଳୀନୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ବରିଷ୍ଟ ସଭ୍ୟ ଶ୍ରୀ ଅଶୋକ କୁମାର ମିଶ୍ର ଓ ଶ୍ୟାମ ସୁନ୍ଦର ଅଗ୍ରୱାଲ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ