Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ପକ୍ଷରୁ ପେହେଲଗାଓଁ ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ

ସମ୍ବଲପୁର:ଗତକାଲି ଜମ୍ମୁ କାଶ୍ମୀର ର ପେହେଲଗାଓଁ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କୁ ନେ଼ଇ ଭରତ ସମେତ ସମଗ୍ର ବିଶ୍ବରେ ଏକ ଆଲୋଡନ ସୃଷ୍ଟି କରିଛି । ଭାରତ ରେ ଜାତି ଧର୍ମ ବର୍ଣ୍ଣ ରାଜନୈତିକ ବିଚାରଧାରା ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟ ଏହି ଘଟଣା କୁ ନିନ୍ଦା କରିଛନ୍ତି । ଦେଶବାସୀ ଙ୍କ ମନରେ ଏହି ଘଟଣା ଯେତିକି ଆଘାତ ପହଞ୍ଚିଇଛି ତାଠୁ ଅଧିକ ଜଣ ମାନସ ରେ ଆକ୍ରୋଶ ବାତାବରଣ ପରିଲକ୍ଷିତ ହେଉଛି । ଗତକାଲି ର ଏହି ଅଘଟଣ ପରେ ସମଗ୍ର ଦେଶରେ କୋଣ ଅନୁକୋଣରେ ଦେଶବାସୀ ଙ୍କ ପକ୍ଷରୁ ବିବିଧ କାର୍ଯ୍ୟକ୍ରମ ମାନେ ଆୟୋଜିତ ହୋଇଛି ।
ଏହି ମର୍ମ ରେ ଅଞ୍ଚଳର ଅଗ୍ରଣୀ ସାମାଜିକ ସାଂସ୍କୃତିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ପକ୍ଷରୁ ସ୍ଥାନୀୟ କଚେରୀ ଛକ ରେ ଥିବା ସହୀଦ ସ୍ତମ୍ଭ ରେ ଏକ ଶ୍ରଦ୍ଧାଞ୍ଜଳୀ କାର୍ଯକ୍ରମ ଆୟୋଜିତ ହୋଇଯାଇଛି । ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ପକ୍ଷରୁ ଆଦୃତ ଏହି କାର୍ଯକ୍ରମ ରେ ସହର ର ବିଭିନ୍ନ ସାମାଜିକ ସାଂସ୍କୃତିକ ରାଜନୈତିକ ଅନୁଷ୍ଠାନ ର କର୍ମକର୍ତ୍ତା ସାମିଲ୍ ହୋଇଥିଲେ । ସନ୍ଧ୍ୟା ରେ ସହିଦ୍ ଛକ ରେ ସମସ୍ତେ ଏକତ୍ରିତ ହୋଇ ସହୀଦ ଙ୍କ ଉଦ୍ଦେଶ୍ୟ ରେ ଦୀପ ଦାନ କରି, ପୁଷ୍ପାର୍ଘ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ମୃତକ ଙ୍କ ପୁଣ୍ୟ ପବିତ୍ର ଅମର ଆତ୍ମା ର ଶାନ୍ତି ଓ ସତଗତି ପାଇଁ ନୀରବ ପ୍ରାର୍ଥନା କରିଥିଲେ । ପରେ ସହୀଦ ଙ୍କ ସପକ୍ଷରେ ଏବଂ ଆତଙ୍କବାଦୀ ଓ ପାକିସ୍ତାନ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ ।
ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରରେ ରେ ଡ.ପ୍ରମୋଦ ରଥ, ସଞ୍ଜୟ ବାବୁ, ଗୋବିନ୍ଦ ଅଗ୍ରୱାଲା, ସୂର୍ଯ୍ୟ ପାଢ଼ୀ, ପ୍ରଭୁଦତ୍ତ ପଣ୍ଡା, ରାମଦାସ ପଣ୍ଡା, ସୁବ୍ରତ ପଣ୍ଡା, ରାଜେନ୍ଦ୍ର ସତନାମି, ସୁନିଲ ସାଗର, ମନୋରଞ୍ଜନ ତ୍ରିପାଠୀ, ସତ୍ୟ ନାରାୟଣ ଠାକୁର୍, ବିଶ୍ୱରଞ୍ଜନ ଜେନା, ଭବାନୀ ଶଙ୍କର ଭୋଇ, ସୁରେନ୍ଦ୍ର ବଗର୍ତ୍ତୀ, ସବ୍ୟସାଚୀ ମିଶ୍ର, ରାହୁଲ ଗୁପ୍ତା, ପାଙ୍କଜିନି ମେହେର, ମାନି ମିଶ୍ର, ଝୁନୁ ତ୍ରିପାଠୀ, କାନ୍ତି ମେହେର, ଯାମିନି ଠାକୁର୍, ଛବିରାଣୀ ପତି, ଅନୁପମା ବିଶ୍ଵାଳ, ଅଳକା ମହାପାତ୍ର, ଲଳିତା ଭୋଇ, ସୁଷମା ପ୍ରଧାନ, ଗୀତାଞ୍ଜଳୀ ରଣା, ଶ୍ରୀୟା ଭୂଇଁଆ ପ୍ରମୁଖ ସାମିଲ ଥିଲେ ।
କାର୍ଯ୍ୟକ୍ରମ ସମୟରେ ଉପସ୍ଥିତ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ମଧ୍ଯ ସହୀଦ ଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ