Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉତ୍ତରାଞ୍ଚଳ ଆଇଜିଙ୍କୁ ଭେଟିଲେ ବିଜେପି ନେତା, ଆଇନ ଶୃଙ୍ଖଳା ନେଇ କଲେ ଆଲୋଚନା

ସମ୍ବଲପୁର:ଉତ୍ତରାଞ୍ଚଳ ଆଇ.ଜି ହିମାଂଶୁ କୁମାର ଲାଲ୍ ଙ୍କ ବଲାଙ୍ଗୀର ଗସ୍ତ ସମୟରେ ତାଙ୍କ ସହିତ ବଲାଙ୍ଗୀରର ଆଇନ ଶୃଙ୍ଖଳା ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ।ବଲାଙ୍ଗୀର ଏସ୍. ପି ଙ୍କ କାର୍ଯ୍ୟାଳୟ ଠାରେ ଏସ୍ ପି ଏବଂ ଆଇ.ଜି ଙ୍କୁ ସାକ୍ଷାତ କରି ଶ୍ରୀ ପାଣିଗ୍ରାହୀ ବଲାଙ୍ଗୀର ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ବାହିନୀ ଆହୁରି ସଜାଗ ହେବା ସହ ସହର ର ବିଭିନ୍ନ ସ୍ଥାନରେ ଅଧିକ ସଂଖ୍ୟାରେ ସିସି ଟିଭି କ୍ୟାମେରା ଲଗାଇବାକୁ ପ୍ରସ୍ତାବ ଦେଇଥିଲେ।ଡ୍ରଗ୍ସ ମାଫିଆ ଓ ନିଶା କାରବାରକୁ ରୋକାଯିବ ପାଇଁ ଅଧିକ ସଂଖ୍ୟାରେ ପୋଲିସ ମୁତୟନ କରିବାକୁ ଶ୍ରୀ ପାଣିଗ୍ରାହୀ ଦୃଷ୍ଟି ଆକର୍ଷଣ କରିଥିଲେ।ଏହି ସମୟରେ ଶ୍ରୀ ପାଣିଗ୍ରାହୀ ଙ୍କ ସମେତ ବଲାଙ୍ଗୀର ସାଂସଦ ଙ୍କ ପ୍ରତିନିଧି ଦିନେଶ ଶର୍ମା, ରିତୁ ରାଜ ପ୍ରଧାନ ଓ ରବିନ୍ଦ୍ର ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ