ପହଲଗାମ ନରସଂହାର: କାହାକୁ ଦାଢ଼ି ବଞ୍ଚାଇ ଦେଲା ତ ଆଉ କାହାକୁ କଲମା


ଓଡ଼ିଶା ଡଟ୍ ନ୍ୟୁଜ: ଜମ୍ମୁ ଓ କାଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୮ ଜଣଙ୍କ ଜୀବନ ଯାଇଛି । ଧର୍ମ ପଚାରି ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ହତ୍ୟା କରିଛନ୍ତି । ଏହି ନରସଂହାରରୁ ଅଳ୍ପକେ ବର୍ତ୍ତି ଯାଇଥିବା ଏକ ପରିବାର କହିଛନ୍ତି, କେମିତି ସେମାନଙ୍କ ଜୀବନ ବଞ୍ଚିଗଲା । କାହାକୁ ନିଜର ଦାଢ଼ି ବଞ୍ଚାଇ ଦେଇଥିଲା ତ ଆଉ କିଏ କଲମା ପଢ଼ି ଜୀବନ ବଞ୍ଚାଇ ଥିଲେ ।
ମିଳିଥିବା ସୂଚନା ମୁତାବକ, ଦେବାଶିଷ ଭଟ୍ଟାଚାର୍ଯ୍ୟ ନାମକ ଜଣେ ବ୍ୟକ୍ତି ନିଜ ପରିବାର ସହିତ କଶ୍ମୀର ବୁଲିବାକୁ ଯାଇଥିଲେ । ଆଉ ଏହି ସମୟରେ ଆତଙ୍କବାଦୀମାନେ ଆଖିବୁଜା ଗୁଳିଚାଳନା କରିଥିଲେ । ଦେବାଶିଷଙ୍କ କହିବା ମୁତାବକ, ଏହି ସମୟରେ ସେ ଗଛ ତଳେ ଲୁଚି ରହିଥିଲେ । ଜୀବନ ଆଉ କିଛି ଲୋକଙ୍କୁ କଲମା ପଢୁଥିବା ଦେଖିବାକୁ ପାଇଥିଲେ । ଏହାପରେ ନିଜ ଜୀବନ ବଞ୍ଚାଇବାକୁ ସେ କଲମା ପଢିବା ଆରମ୍ଭ କରିଥିଲେ । ଆତଙ୍କବାଦୀ ତାଙ୍କୁ ଯେତେବେଳେ ପଚାରିଥିଲେ କ’ଣ ପଢୁଛ ବୋଲି, ସେତେବେଳେ ସେ ଆହୁରି ଜୋରରେ କଲମା ପଢିଥିଲେ । ଯେଉଁ କାରଣରୁ ଆତଙ୍କବାଦୀମାନେ ତାଙ୍କୁ ଛାଡ଼ି ଦେଇଥିଲେ ।
ସେହିପରି ଦେବାଶିଷଙ୍କ ପତ୍ନୀ ମଧୁମିତା ଦାସ ଭଟ୍ଟାଚାର୍ଯ୍ୟଙ୍କ ଭାଇ ନବେନ୍ଦୁ ଦାସଙ୍କ କହିବା ମୁତାବକ, ତାଙ୍କର ଦାଢ଼ି ଥିବା କାରଣରୁ ଆତଙ୍କବାଦୀମାନେ ତାଙ୍କୁ ଚିହ୍ନିପାରି ନଥିଲେ । ଆଉ ଅଳ୍ପକେ ତାଙ୍କ ଜୀବନ ବଞ୍ଚିଯାଇଥିଲା ।