ଓଡ଼ିଶା ଡଟ୍ ନ୍ୟୁଜ୍: ଆଜି ଜାତୀୟ ପଞ୍ଚାୟତିରାଜ ଦିବସ । ପୁରୀ ତାଳବଣିଆଠାରେ ପାଳିତ ହେବ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ସମାରୋହ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଥିରେ ସାମିଲ ହୋଇ କରିବେ ବଡ଼ ଘୋଷଣା । ମୁଖ୍ୟମନ୍ତ୍ରୀ ୩ଟି ବଡ଼ ଘୋଷଣା କରିବେ ବୋଲି ଜଣାପଡ଼ିଛି ।
ପୁରୀରୁ ୬ ଲକ୍ଷ ହିତାଧିକାରୀଙ୍କୁ ରାସନ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହ ୨ ଲକ୍ଷରୁ ଅଧିକ ନୂତନ ସୁଭଦ୍ରା ହିତାଧିକାରୀଙ୍କୁ ୨୦୦ କୋଟିରୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରିବେ । ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ହିତାଧିକାରୀଙ୍କ ଆକାଉଣ୍ଟକୁ ଦୁଇଟି କିସ୍ତିର ଟଙ୍କା ଆସିବ । ସେହିପରି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ୩ କିଲୋୱାଟ ପର୍ଯ୍ୟନ୍ତ ସୋଲାର ପ୍ୟାନେଲ ପାଇଁ ୧ ଲକ୍ଷ ୩୮ ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରିବେ ।
ଏହାଛଡ଼ା ୪ ହଜାର ୧୨୪ କୋଟି ଟଙ୍କା ମୂଲ୍ୟର ୩୧୪ଟି ବ୍ଲକସ୍ତରୀୟ ଷ୍ଟାଡିୟମ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ସେହିପରି ଇ-ପଞ୍ଚାୟତ ସଭା ପୋର୍ଟାଲର ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ପଞ୍ଚାୟତ ମନିଟରିଂ ସିଷ୍ଟମର ଶୁଭାରମ୍ଭ ମଧ୍ୟ ପରିବେ ।
ଆଜି ପଞ୍ଚାୟତିରାଜ ଦିବସ, ମୁଖ୍ୟମନ୍ତ୍ରୀ କରିବେ ୩ଟି ବଡ଼ ଘୋଷଣା
