Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

IPL 2023ରେ ଏ ପର୍ଯ୍ୟନ୍ତ RCB ଖାଇଛି ସବୁଠୁ ଅଧିକ ଛକା, ଦ୍ଵିତୀୟ ନମ୍ବରରେ ରହିଛି ଏହି ଦଳ

ଜୟପୁର: ଇଣ୍ଡିଆନ ପ୍ରିମିୟର ଲିଗର ୧୬ତମ ସଂସ୍କରଣରେ ଅଦ୍ୟାବଧି ୫୪ଟି ମ୍ୟାଚ୍ ଖେଳ ସରିଛି। ୮ଟି ଦଳ ୧୧ଟି ଲେଖାଏଁ ମ୍ୟାଚ୍ ଖେଳିଥିବା ବେଲେ ୨ଟି ଦଳ ୧୦ଟି ଲେଖାଏଁ ମ୍ୟାଚ୍ ଖେଳିଛନ୍ତି। ପଏଣ୍ଟ ଟେବୁଲର ଶୀର୍ଷରେ ଗୁଜରାଟ୍ ଟାଇଟନ୍ସ ରହିଥିବା ବେଳେ ଶେଷରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ। ସବୁଠୁ ଖାସ୍ କଥା ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂରେ ସବୁଠୁ ଅଧିକ ଛକା ଖାଇ ନାହିଁ। ସବୁଠୁ ଅଧିକ ଛକା ଖାଇଥିବା ଦଳ ହେଉଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଯିଏ ୧୧ଟି ମ୍ୟାଚରୁ ୫ଟିରେ ବିଜୟୀ ହୋଇଛି।

ଆଇପିଏଲ ୨୦୨୩ରେ ସବୁଠୁ ଅଧିକ ଛକା ବ୍ୟୟ କରିଛି ଆରସିବି। ଦଳର ବୋଲର ୧୧ଟି ମ୍ୟାଚରେ ୯୮ ଛକା ଖାଇଥିବା ବେଳେ ଦ୍ଵିତୀୟରେ ଅଛି ମୁମ୍ବାଇ ଇଣ୍ଡିଆନ୍ସ। ଏମଆଇର ବୋଲରଙ୍କୁ ଏ ପର୍ଯ୍ୟନ୍ତ ୯୭ଟି ଛକା ମାଡ଼ ପଡ଼ିଛି। ତୃତୀୟରେ ରହିଛି ଗୁଜରାଟ୍ ଟାଇଟନ୍ସ, ଯାହାର ବୋଲର ଏ ଯାଏ ୯୨ଟି ଛକା ଖାଇଛନ୍ତି। ଏହି ତିନୋଟି ଦଳର ବୋଲର ହିଁ ୯୦ରୁ ଅଧିକ ଛକା ବ୍ୟୟ କରିଛନ୍ତି। ଚତୁର୍ଥରେ ରହିଛି କେକେଆର, ଯାହାର ବୋଲରଙ୍କୁ ୮୮ଟି ଛକା ମାଡ଼ ପଡ଼ିଛି।

ଆପଣ ଜାଣି ଚକିତ ହେବେ ଯେ ଆଇପିଏଲ ୨୦୨୩ର ଅଙ୍କ ତାଲିକାରେ ଲଗାତାର ୧୦ମ ଏବଂ ୯ମ ସ୍ଥାନରେ ରହୁଥିବା ସନରାଇଜର୍ସ ହାଇଦ୍ରାବାଦ ୬ଟି ମ୍ୟାଚ୍ ହାରିଥିଲେ ହେଁ ସବୁଠୁ କମ ୬୫ଟି ଛକା ଖାଇଛି। ରାଜସ୍ଥାନର ବୋଲିଂ ଭଲ ରହିଛି ଏବଂ ଦଳ ଏ ପର୍ଯ୍ୟନ୍ତ କେବଳ ୬୯ଟି ଛକା ଖାଇଛି।

ଆଇପିଏଲ ୨୦୨୩ରେ ଏ ପର୍ଯ୍ୟନ୍ତ ସବୁଠୁ ଅଧିକ ଛକା ଖାଇଥିବା ଦଳ
୯୮ ଛକା- ଆରସିବି
୯୭ ଛକା- ଏମଆଇ
୯୨ ଛକା- ଜିଟି
୮୮ ଛକା- କେକେଆର
୭୯ ଛକା- ପିବିକେଏସ
୭୮ ଛକା- ସିଏସକେ
୭୨ ଛକା- ଡିସି
୭୧ ଛକା- ଏଲଏସଜି
୬୯ ଛକା- ଆରଆର
୬୫ ଛକା-ଏସଆରଏଚ୍