Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାମ ପଞ୍ଚାୟତରେ ଫିନାଇଲ୍ ପ୍ରସ୍ତୁତି ତାଲିମ୍

ସମ୍ବଲପୁର: ମହିଳା ହେବେ ବିକଶିତ। ଆତ୍ମନିର୍ଭରଶୀଳ। ସ୍ୱାବଲମ୍ବି ହୋଇ ସେମାନେ ରୋଜଗାର କରିବେ ଅର୍ଥ। ସମୃଦ୍ଧ ପରିବାର ଗଠନରେ ମହିଳା ହେବେ ଭାଗିଦାରୀ । ଏଭଳି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରଖି ବାହାମ ଗ୍ରାମ ପଞ୍ଚାୟତର କିଛି ମହିଳା ଏକାଠି ହୋଇ ଫିନାଇଲ୍ ଭଳି କ୍ଷୁଦ୍ର ଶିଳ୍ପ ପାଇଁ ମନୋନିବେଶ କରି ଆଜି ତାଲିମ ଗ୍ରହଣ କରିଛନ୍ତି।

ବାହାମ ଗ୍ରାମ ପଞ୍ଚାୟତର ପଡିଆବାହାଲ ସ୍ଥିତ ଜୟଦୂର୍ଗା ପାଠାଗାରରେ ଆୟୋଜିତ ଫିନାଇଲ୍ ପ୍ରସ୍ତୁତି ତାଲିମରେ ସେମାନେ ଅଂଶଗ୍ରହଣ କରି ନିଜର ପାରଦର୍ଶିତା ଦେଖାଇଛନ୍ତି। ପଞ୍ଚାୟତ ସହଯୋଗରେ ସ୍ୱେଚ୍ଛାସେବୀ ସଂଗଠନ ସେବା ଆନୂକୁଲ୍ୟରେ ଏହା ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଷ୍ଠାନର ଯୋଜନା ଅଧିକାରୀ ଶ୍ରଦ୍ଧାଞ୍ଜଳି ମିଶ୍ର,ସଂପାଦିକା ସୁରେଖା ବେହେରା ଓ ଉପଦେଷ୍ଟା ଭାସ୍କର ସାହୁ ପ୍ରମୂଖ ଯୋଗଦେଇ ଫିନାଇଲ ପ୍ରସ୍ତୁତି,ବୋଟଲିଂ ଓ ପ୍ୟାକିଙ୍ଗ ସହିତ ବଜାର ବ୍ୟବସାୟ ନେଇ ତାଲିମ ପ୍ରଦାନ କରିଥିଲେ। ଏଥିରେ ପଞ୍ଚାୟତ ସରପଞ୍ଚ୍ ଶ୍ରୀମତୀ ସରସ୍ବତୀ ଭୋସାଗର ଅଧ୍ୟକ୍ଷତା କରି ପଞ୍ଚାୟତର ସମସ୍ତ ମହିଳାଙ୍କୁ ବିଭିନ୍ନ କ୍ଷେତ୍ରରେ ସ୍ୱାବଳମ୍ଭୀ କରାଇ ସାମାଜିକ ଓ ଆର୍ଥିକ ସ୍ବାତନ୍ତ୍ର୍ୟ ପ୍ରତି ନିଜର ପରାକାଷ୍ଠା ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇ ସ୍ୱଂୟ ସହାୟକ ଦଳ ମାନଙ୍କ ବିଭିନ୍ନ ଉତ୍ପାଦିତ ସାମଗ୍ରୀକୁ ବଜାର ବ୍ୟବସ୍ଥା କରିବାକୁ ମଧ୍ୟ ସେ ବହୁତ ଶିଘ୍ର କାର୍ଯ୍ୟ କରିବେ ବୋଲି ମହିଳାଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ସାମାଜିକ କର୍ମୀ ତଥା ମହିଳା ମାମଙ୍କ ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଜିଲ୍ଲାର ଅନ୍ୟତମ ତାଲିମଦାତା ଡା.ରାଜାରାମ ଷଡଙ୍ଗୀ ଯୋଗଦେଇ ମହିଳାଙ୍କ ସାମଗ୍ରିକ ବିକାଶ ଦିଗରେ ସେମାନଙ୍କ ନିଷ୍ଟା ସହ ମାନସିକତାକୁ ପ୍ରସ୍ତୁତି କରିବାକୁ କହି ପଞ୍ଚାୟରେ ସମସ୍ତ ଭିତ୍ତିଭୂମି ରହିଥିବାରୁ ବୟନ,ଲୌହ,କଂସା,ପିତ୍ତଳ,ବାଉଁଶ ଓ ମୃତ୍ତିକାକୁ ନେଇ ବହୁ କ୍ଷୁଦ୍ର କୁଟୀର ଶିଲ୍ପର ସୁଯୋଗ ରହିଛି ଓ ଏହାର ବିନିଯୋଗ ହୋଇପାରିଲେ ବାହାମ ପଞ୍ଚାୟତ ଜିଲ୍ଲାରେ ଏକ ଅଗ୍ରଣୀ ପଞ୍ଚାୟତ ହୋଇପାରିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ଆଗେଇ ଆସିଲେ ମହିଳା ବିକାଶରେ ବାହାମ ଏକ ଆଦର୍ଶ ପଞ୍ଚାୟତର ମାନ୍ୟତା ଲାଭ କରିବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ