Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୬୬୨ ବର୍ଗ ପିଏଚ୍.ଡି ଧlରି ଅଧ୍ୟାପକମାନଙ୍କ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ସ୍ମାରକ ପତ୍ର ପ୍ରଦାନ

ସମ୍ବଲପୁର:ନିଖିଳ ଓଡିଶା ୬୬୨ ବର୍ଗ ମହାବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପିଏଚ୍.ଡି, ଡି.ଲିଟ ଉପାଧିଧାରି ଅଧ୍ୟାପକ ସଂଗଠନ ତରଫରୁ ନ୍ୟାର୍ଯ୍ୟ ଦାବି ସମ୍ବନ୍ଧୀୟ ଏକ ସ୍ମାରକ ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରି ନାୟକଙ୍କ ଜରିଆରେ ପ୍ରଦାନ କରା ଯାଇଛି l ୬୬୨ ସଂଗଠନର ସମ୍ବଲପୁର ଜିଲ୍ଲା ସମ୍ପାଦକ ବିଶ୍ଵପତି ବେହେରା ,ପିଏଚ୍.ଡି ବର୍ଗର ସଭାପତି ଡ. ଧନଞ୍ଜୟ ସେଠ୍, ସମ୍ପାଦକ ଡ. ଗୋବିନ୍ଦ ଚନ୍ଦ୍ର ମହାରଣାଙ୍କ ନେତୃତ୍ଵରେ ଏକ ପ୍ରତିନିଧିଦଳ ୬୬୨ ସଂଗଠନର. ଉପଦେଷ୍ଟା ତଥା ରେଙ୍ଗାଲିର ପୂର୍ବତନ ବିଧାୟକ ଶ୍ରୀ ନାଉରି ନାୟକଙ୍କୁ ସାକ୍ଷାତ୍ କରି ଇନକ୍ରିମେଣ୍ଟ ,ଚାକିରି ସର୍ତ୍ତାବଳୀ, ପେନସନ ତଥା ଅନ୍ୟନ୍ୟ ସୁବିଧା ସୁଯୋଗ ପ୍ରଦାନ ସମ୍ବନ୍ଧୀୟ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ପ୍ରଦାନ କରିଥିଲେ l ଶ୍ରୀ ନାୟକ ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ଏହି ଦାବିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସମ୍ମୁଖରେ ଉପସ୍ଥାପନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ l ଏହି ପ୍ରତିନିଧି ମଣ୍ଡଳରେ ଡ. ସରୋଜ ପଣ୍ଡା, ଡ.ସିଦ୍ଧାର୍ଥ ପଣ୍ଡା, ଡ. ସତ୍ୟ ନାରାୟଣ ଠାକୁର, ଡ. ପ୍ରୀତିଧାରା ପରିଜା, ଡ. ସ୍ଵୟଂପ୍ରକାଶ ପଣ୍ଡା ,ଡ. ସୁଶାନ୍ତ କୁମାର ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ