Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପାକିସ୍ତାନରେ ବଡ଼ ବିସ୍ଫୋରଣ: ବହୁ ଯବାନ ଶହୀଦ

ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର କ୍ୱେଟା ସହରର ମାର୍ଗେଟ ଅଞ୍ଚଳରେ ଶୁକ୍ରବାର ଏକ ଆଇଇଡି (ଇମ୍ପ୍ରୋଭାଇଜଡ ଏକ୍ସପ୍ଲୋସିଭ ଡିଭାଇସ) ବିସ୍ଫୋରଣରେ ଫ୍ରଣ୍ଟିୟର କନଷ୍ଟାବୁଲାରୀ (ଏଫସି)ର ୪ ଜଣ ଯବାନ ଶହୀଦ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ପୋଲିସ ସୂଚନା ଅନୁଯାୟୀ, ଏହି ବିସ୍ଫୋରଣ ଏକ ସୁରକ୍ଷା ବାହନୀ ନିକଟରେ ଘଟିଥିଲା, ଯେଉଁଠାରେ ବୋମା ନିଷ୍କ୍ରିୟକାରୀ ଦଳକୁ ଟାର୍ଗେଟ କରାଯାଇଥିଲା।

ହାନ୍ନା ଉରାକ ଥାନାର ଅଧିକାରୀ ନବୀଦ ଅଖତର କହିଛନ୍ତି ଯେ, ବିସ୍ଫୋରଣ ଯୋଗୁଁ ସୁବେଦାର ଶାହଜାଦ ଅମିନ, ନାଇବ ସୁବେଦାର ଅବ୍ବାସ, ସେପୋୟ ଖଲିଲ ଏବଂ ସେପୋୟ ଜାହିଦ ଶହୀଦ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଲାନ୍ସ ନାୟକ ଜାଫର, ଲାନ୍ସ ନାୟକ ଫାରୁକ ଏବଂ ସେପୋୟ ଖୁର୍ରମ ସଲିମ ଅଛନ୍ତି। ଆହତମାନଙ୍କୁ ତୁରନ୍ତ କମ୍ବାଇନ୍ଡ ମିଲିଟାରୀ ହସ୍ପିଟାଲ (ସିଏମଏଚ)ରେ ଭର୍ତ୍ତି କରାଯାଇଛି।

ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭି ଏହି ଆକ୍ରମଣକୁ ନିନ୍ଦା କରି ଏହାକୁ ‘ଦେଶରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଶତ୍ରୁଙ୍କ ନୀଚ ଷଡଯନ୍ତ୍ର’ ବୋଲି ଅଭିହିତ କରିଛନ୍ତି। ସେ ଶହୀଦଙ୍କ ପରିବାରଙ୍କୁ ସମବେଦନା ଜଣାଇବା ସହ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ଆସିଫ ଅଲି ଜର୍ଦାରୀ ମଧ୍ୟ ଏହି ଘଟଣାର ନିନ୍ଦା କରି ସନ୍ତ୍ରାସବାଦ ର୍ନିମୂଳ ପାଇଁ ଦୃଢ ପ୍ରତିଜ୍ଞା ବ୍ୟକ୍ତ କରିଛନ୍ତି।

ସୁରକ୍ଷା ବାହିନୀ ଅଞ୍ଚଳଟିକୁ ଅବରୋଧ କରି ସନ୍ଦିଗ୍ଧମାନଙ୍କୁ ଖୋଜିବା ପାଇଁ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ବାଲୁଚିସ୍ତାନ ଓ ଖୈବର ପାଖତୁନଖୱାରେ ସନ୍ତ୍ରାସବାଦୀ ଆକ୍ରମଣ ବୃଦ୍ଧି ପାଉଥିବାରୁ ସୁରକ୍ଷା ବାହିନୀ ମଧ୍ୟ ଆତଙ୍କବାଦ ବିରୋଧୀ ଅପରେସନକୁ ତୀବ୍ର କରିଛି।