Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

PoKକୁ ଭାରତ କରୁ କବଜା , ପାକ୍ ନାଗରିକ କଲେ ଦାବି : ଶହବାଜଙ୍କୁ ଘେରିଲେ ନିଜ ଦେଶରେ ଲୋକେ

ଜମ୍ମୁ-କାଶ୍ମୀରର ପହଲଗାମ୍ରେ ହୋଇଥିବା ଆତଙ୍କୀ ହମଲାରେ କେବଳ ଭାରତୀୟ ଲୋକେ ଉତକ୍ଷିପ୍ତ ହୋଇ ନାହାନ୍ତି , ଏହାସହ ପାକିସ୍ତାନରେ ମଧ୍ୟ ଉତ୍ତେଜିତ ମାହୋଲ ସୃଷ୍ଟି ହୋଇଛି। ଭାରତକୁ ଦାବି କରୁଛନ୍ତି କି, ସେ ପାକ୍ ଅଧିକୃତ କାଶ୍ମୀର ଅର୍ଥାତ୍ ପିଓକେ ଉପରେ କବଜା କରୁ ଏବଂ ସେଠାରେ ଆଡ୍ଡା ଜମେଇଥିବା ଆତଙ୍କର ନିପାତ କରୁ।

ଏହି ମଧ୍ୟରେ ଭାରତ ପଡୋଶୀ ଦେଶ ପାକିସ୍ତାନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପୂର୍ବକ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ କରି ଦେଇଛି , ଯେଉଁଥିରେ ପାକିସ୍ତାନର ଶାସକ ବିଳି ବିଳେଇଛନ୍ତି। ଭାରତ ଏବଂ ପାକିସ୍ତାନରେ ଉତ୍ତେଜନା ବୃଦ୍ଧି ମଧ୍ୟରେ ପାକିସ୍ତାନୀ ସଂସଦର ଉପର ସଦନ ସିନେଟ୍ ଶୁକ୍ରବାର ଏକ ପ୍ରସ୍ତାବ ପାରିତ କରି ଭାରତର ଅଭିଯୋଗକୁ ଖାରଜ କରି ଦେଇଛି , କିନ୍ତୁ ସେଠାର ଲୋକେ ଏବେ ଶହବାଜ ସରକାରକୁ ଟାର୍ଗେଟ୍ କରିଛନ୍ତି।

ପିଓକେର ରାଜନୀତିକ କାର୍ଯ୍ୟକର୍ତ୍ତା ଅମଜଦ ଆୟୁବ ମିର୍ଜା କହିଛନ୍ତି ପର୍ଯ୍ୟଟକଙ୍କ ଉପରେ ହମଲ କରି ପାକିସ୍ତାନୀ ଆତଙ୍କୀମାନେ କାଶ୍ମୀରର ଅର୍ଥବ୍ୟବସ୍ଥା ଉପରେ ହମଲା କରିଛନ୍ତି। ସେ ଅଭିଯୋଗ କରିଛି ଯେ ,କାଶ୍ମୀରର ପ୍ରଗତି ଦେଖି ପାକିସ୍ତାନୀ ଶାସକ ଚିନ୍ତିତ ହୋଇ ଯାଇ ଥିଲେ। ସେହି କାଶ୍ମୀରର ଅନ୍ୟ ପାର୍ଶ୍ୱରେ ଶାନ୍ତିକୁ ଦେଖି ତାଙ୍କୁ ଭଲ ଲାଗୁ ନଥିଲା। ସେଠାରେ ସଡ଼କ ସବୁ ତିଆରି ହେଉଛି , ବ୍ରିଜ୍ ନିର୍ମାଣ ହେଉଛି। ସେଠାର ଅର୍ଥବ୍ୟବସ୍ଥା ଦୃଢ ହେଉଛି। ଲଦ୍ଦାଖରେ ମଧ୍ୟ ବିକଶିତ ହେଉଛି। ଏହା ଦେଖି ତାର ସହ୍ୟ ହୋଇ ପାରୁ ନଥିଲା।

ମିର୍ଜା କହିଛନ୍ତି କାଶ୍ମୀର ଆଗକୁ ବଢୁଛି , କିନ୍ତୁ ପିଓକେ ଭିତରେ ଦାରିଦ୍ର୍ୟ ହୋଇ ରହିଛି। ସେଠାରେ ଲୋକଙ୍କୁ ୧୪-୧୪ ମାସରୁ ବେତନ ମିଳୁ ନାହିଁ, ଏଥିପାଇଁ ଏଠାରେ ଖୁବ୍ ଅସନ୍ତୁଷ୍ଟ ରହିଛି ଏବଂ ଲୋକେ ନିଜ ପିଲାଙ୍କ ସହ ଆତ୍ମହତ୍ୟା କରିବାକୁ ଧମକ ଦେଉଛନ୍ତି। ସେ କହିଛନ୍ତି ଯେ , ପାକିସ୍ତାନୀ ଲିଡରମାନେ ଏଥିପାଇଁ କାଶ୍ମୀରର ଅର୍ଥବ୍ୟବସ୍ଥା ଉପରେ ଏହି ହମଲା କରାଯାଇଛନ୍ତି।

ମିର୍ଜା କହିଛନ୍ତି , ଏବେ ସମୟ ଆସିଛି ଯେ, ଭାରତୀୟ ପିଓକେ ଓ ପିଓଜେକେ ଉଭୟକୁ ନିଜ ହାତକୁ ନେଇ, ଏହା ଉପରେ କବଜା କରୁ । ଏହା ହିଁ ଏହି ରୋଗରେ ସ୍ଥାୟୀ ଚିକିତ୍ସା ।