Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବଲାଙ୍ଗୀରରେ ୫୦ ବର୍ଷରୁ ଅଧିକ ବର୍ଷ ହେବ ରହୁଛନ୍ତି ପାକିସ୍ତାନୀ ମହିଳା

ବଲାଙ୍ଗୀର ସହରରେ ରହୁଛନ୍ତି ଜଣେ ପାକିସ୍ତାନୀ ମହିଳା । ତାଙ୍କ ନାଁ ସାରଦା କୁକ୍ରେଜା ହୋଇଥିବାବେଳେ ସେ ଠିକାଦାରପଡାରେ ପରିବାର ସହ ଦୀର୍ଘବର୍ଷ ହେଲା ରହୁଛନ୍ତି । ବଡ଼କଥା ହେଲା ସେ ୧୯୭୧ ମସିହାରୁ ବଲାଙ୍ଗୀରରେ ରହି ଆସୁଥିବାବେଳେ ସେ ଏବେ ବି ପାକିସ୍ତାନୀ ନାଗରିକତ୍ବରେ ରହିଆସୁଛନ୍ତି । ୧୯୯୧ରୁ ତାଙ୍କର ପାସପୋର୍ଟ ଅବଧି ସରିଯାଇଛି I ୧୯୭୧ରେ ସାରଦା ପାକିସ୍ତାନ ଛାଡି ପରିବାର ସହ ଦିଲ୍ଲୀ ଆସିଥିଲେ I ସେଠାରୁ କୋରାପୁଟ ଆସି ମହେଶ୍ କୁକ୍ରେଜାଙ୍କୁ ବିବାହ କରିଥିଲେ I ପରେ ସେମାନେ ବ୍ୟବସାୟ ପାଇଁ ବଲାଙ୍ଗୀର ଚାଲି ଆସିଥିଲେ I ବଲାଙ୍ଗୀରରେ ବ୍ୟବସାୟ କରି ରହୁଛନ୍ତି I ସାରଦା ଏପର୍ଯ୍ୟନ୍ତ ଭାରତୀୟ ନାଗରିକତ୍ଵ ଗ୍ରହଣ କରି ନାହାଁନ୍ତି ।

ପହଲଗାଓଁ ଆକ୍ରମଣ ପରେ ସବୁ ପାକିସ୍ତାନୀଙ୍କୁ ଭାରତ ଛାଡି ଚାଲିଯିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । କାଲି ସରୁଛି ସାଧାରଣ ଭିସା ଅବଧି ।