ସମ୍ବଲପୁର:ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡେପୁଟି କଲେକ୍ଟର ଶ୍ରୀ ଅଭିଷେକ କିସାନ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସହାୟକ ନିର୍ଦେଶକ ପର୍ଯ୍ୟଟନ ବିଭାଗ ଶ୍ରୀ ରବୀନ୍ଦ୍ର ଦଳେଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରେଣୁବାଳା ନନ୍ଦ, ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ସାହିତ୍ୟକ ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ଶ୍ରୀ ଗଣେଶ ରାମ ନାହାକଯୋଗ ଦେଇଥିଲେ। ତାଙ୍କ ସହିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସଂଯୁକ୍ତା କୁଲ୍ଲୁ ପ୍ରମୁଖ ମଂଚନୀୟ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସମନ୍ଵୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ମୁଖ୍ୟ ଅତିଥି, ଡେପୁଟି କଲେକ୍ଟର ଶ୍ରୀ ଅଭିଷେକ କିସାନ ନିଜ ଅଭିଭାଷଣ ରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶିକ୍ଷା, ଓଡ଼ିଆ ଭାଷା ଓ ସଂସ୍କୃତ ଏବଂ କୃଷି, ପ୍ରତି ତାଙ୍କ ଅବଦାନ କୁ ଉଲ୍ଲେଖ କରିଥିଲେ । ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଓଡ଼ିଆ ଭାଷା ଆଉ ଓଡ଼ିଆ ଭାଷାଭାଷୀ ରାଜ୍ୟ ଗଠନ କରିବା ପାଇଁ ବହୁତ ଅବଦାନ ରହିଛି। ବର୍ତମାନ ତାଙ୍କ ଅବଦାନକୁ ମନେ ପକାଇବା ଏବଂ ଆମ ଭାଷା ଓ ସଂସ୍କୃତିକୁ ବଜାଇ ରଖିବା ପାଇଁ ଚେଷ୍ଟା କରିବା ପାଇଁ କହିଥିଲେ ।
ମୁଖ୍ୟ ବକ୍ତା ଶ୍ରୀ ଗଣେଶ ରାମ ନାହାକ ନିଜେ ଅଭିଭାଷଣ ରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୀବନୀ ଉପରେ ଉଲ୍ଲେଖ କରିଥିଲେ । ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୀବନୀ ଅନେକ ଜୀବନକୁ ସୃଜନଶୀଳ କରିବାକୁ ପ୍ରୋତ୍ସାହିତ କରି ଓଡିଆ ଭାଷା,ସାହିତ୍ୟ,ସଂସ୍କୃତିକୁ ଆଗକୁ ବଢେଇବାରେ କର୍ଣ୍ଣଧାର ସାଜିଥିଲା । ବରପୁତ୍ରଙ୍କ ଜୀବନୀ ଜାଣିବାରେ କୁଣ୍ଠାବୋଧ ନକରିବାକୁ ବର୍ତ୍ତମାନର ଯୁବପିଢିକୁ ଉପଦେଶ ଦେଇଥିଲେ । କୃଷ୍ଣଚନ୍ଦ୍ର ଗଜପତି ଖଣ୍ଡ ବିଖଣ୍ଡିତ ଓଡ଼ିଶାକୁ ଏକତ୍ରିକରଣର ବୀଜ ବୁଣିଥିଲେ ବୋଲି କହିଥିଲେ । କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଶାର ଭାଷା ବଞ୍ଚେଇବା ପାଇଁ ବିଶିଷ୍ଟ ଅବଦାନ ଦେଇଥିଲେ। ଆଧୁନିକ ଓଡ଼ିଶାର ନିର୍ମାତା ତଥା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଅନୁଷ୍ଠିତ ଗୋଲଟେବୁଲ ସମ୍ମିଳନୀରେ ତାଙ୍କର ଐତିହାସିକ ଭାଷଣ ବ୍ରିଟିଶ ସରକାରଙ୍କୁ ଓଡ଼ିଆଙ୍କ ଦାବିର ନ୍ୟାୟପୂର୍ଣ୍ଣତା ବିଷୟରେ ଆଲୋକପାତ କରିଥିଲା। ସେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରି ରାଜ୍ୟରେ ଶିକ୍ଷା, କୃଷି, ଗମନାଗମନ ଓ ସାଂସ୍କୃତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମହାରାଜାଙ୍କ ଦୂରଦୃଷ୍ଟି ଓ ତ୍ୟାଗ ଆଜି ମଧ୍ୟ ଓଡ଼ିଆ ଜାତି ପାଇଁ ପ୍ରେରଣାର ଉତ୍ସ। ତାଙ୍କ ଜୟନ୍ତୀ ଅବସରରେ ସମସ୍ତେ ଏକତ୍ରିତ ହୋଇ ତାଙ୍କ ଆଦର୍ଶକୁ ଅନୁସରଣ କରିବାକୁ ସଂକଳ୍ପ ନେବା ଉଚିତ ବୋଲି କହିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱାଗତ ଅଭିଭାଷଣ ଦେବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ
