ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଯୁବପ୍ରସ୍ତୁତି ପ୍ରଶିକ୍ଷଣ: ନମ୍ରତା ହିଁ ଶ୍ରେଷ୍ଠ ଗୁଣ,ଦାନ୍ତ ର ଯତ୍ନ ଆମର ପ୍ରାଥମିକତା


ସମ୍ବଲପୁର: ପୂର୍ବାହ୍ନ ରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ନିଜସ୍ୱ ପ୍ରେକ୍ଷାଳୟ ରେ ୨୦୨୫ ବର୍ଷ ପାଇଁ ରାଷ୍ଟ୍ର ନିର୍ମାର୍ଣ ରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିରରେ ଶିକ୍ଷାଦାନ ଆରମ୍ଭ ହୋଇଯାଇଛି।ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ଯୋଗଗୁରୁ ଡାକ୍ତର ଜୟଦେବ ମେହେର ଓ ସହଯୋଗୀ.ମଧୁରାଜ ନାୟକ ସ୍ଵଳ୍ପ ସମୟ ପାଇଁ ପିଲାଙ୍କୁ ଯୋଗ ଶିକ୍ଷା ଦେଇଥିଲେ।ଔପଚାରିକ ଭାବେ ଆଜିର ପ୍ରଥମ ଅଧିବେଶନ ନୈତିକ ଶିକ୍ଷା ଆଧାରରେ ପ୍ରଶିକ୍ଷଣ ର ପ୍ରସଙ୍ଗ “ନମ୍ରତା “ଉପରେ ପ୍ରଶିକ୍ଷଣ ଆରଂମ୍ଭ କରି ପ୍ରାକ୍ତନ ଶିକ୍ଷା ମଣ୍ଡଲାଧିଶ ଡ଼ ଗିରିଧାରୀ ହୋତା ବିଭିନ୍ନ ଉଦାହରଣ ସହ ପିଲାଙ୍କୁ ସବୁବେଳେ ନମ୍ରତା ଆଚରଣ କରିବାକୁ କହିଥିଲେ।
ଦ୍ଵିତୀୟ ଅଧିବେଶନ ସ୍ୱାସ୍ଥ୍ୟବିଜ୍ଞାନ ଉପରେ “ପାଟି ଓ ଦାନ୍ତ ର ଯତ୍ନ” ଉପରେ ଆଲୋଚନା ଆରମ୍ଭ କରିଥିଲେ ବିଶିଷ୍ଟ ଦନ୍ତ ବିଶେଷଜ୍ଞ ଡାକ୍ତର ଦୁର୍ଗା ଶଙ୍କର ଶତପଥୀ।ପିଲାଙ୍କୁ ଦାନ୍ତ ର ବିଭିନ୍ନ ରୋଗ ଉପରେ ଅବଗତ କରିବା ସହ ପ୍ରତିଷେଧକ ସ୍ୱରୂପ ଏବେଠୁ ଦାନ୍ତ ର ଯତ୍ନ କିପରି ନିଆଯିବ ସେ ସଂମ୍ପକ ରେ ବୁଝେଇଥିଲେ। କାର୍ଯ୍ୟକ୍ରମ ର ସଂଯୋଜକ ରାଜେନ୍ଦ୍ର ପଣ୍ଡା ସମସ୍ତ କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିବା ସହ ପିଲାଙ୍କୁ ସମୟାନୁବର୍ତିତା ଉପରେ ଗୁରୁତ୍ୱ ଦେବାକୁ କହିଥିଲେ ।ପ୍ରଶିକ୍ଷାର୍ଥୀ ଙ୍କ ମଧ୍ୟରୁ ସୋନାଲି,ସୌମ୍ୟଶ୍ରୀ,ଅବିନଶ ଓ ବ୍ରିଜେଶ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ।.ଶିବିର ରେ ଅନୁଷ୍ଠାନ ର ଅଧ୍ୟକ୍ଷ ପ୍ରୋ ଆଦିତ୍ୟ ପ୍ରସାଦ ପାଢ଼ୀ, ପ୍ରଫେସର ସେବକ ତ୍ରିପାଠୀ,ଶଙ୍କର ପ୍ରସାଦ ପତି, ରଘୁନାଥ ମିଶ୍ର,ଅର୍ଜୁନ ପଣ୍ଡା,ସୁଶାନ୍ତ ଗୁରୁ,ଉଦିତ ପାଟଯୋଶୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ସଭ୍ୟ ଶ୍ରୀ ପ୍ପୃଥ୍ବୀରାଜ ମିଶ୍ର,ଶିବ ଶଙ୍କର ଷଡଙ୍ଗୀ,ଗୋଳକ ମିଶ୍ର, ଓ ବିଜୟ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ଶେଷରେ ଜାତୀୟ ସଙ୍ଗୀତ ଓ ଜଳଖିଆ ବିରତି ପରେ କାର୍ଯ୍ୟକ୍ରମ ର ସମାପ୍ତି ହୋଇଥିଲା ଆଜିର ଶିବିର ରେ ୧୯ ଟି ଉଚ୍ଚବିଦ୍ୟାଳୟ ରୁ ୭୬ ଜଣ ପ୍ରଶିକ୍ଷାର୍ଥୀ ଓ ବହୁ ଅବିଭାବକ ଯୋଗ ଦେଇଥିଲେ।