Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ମୃତକଙ୍କୁ ଶ୍ରଦ୍ଧାଞ୍ଜଳି,ଭାରତ ସରକାର ପ୍ରତିଶୋଧ ନେବାକୁ ଦାବି

ସମ୍ବଲପୁର:ରବିବାର ଦିନ ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ଠାରେ ସତ୍ୟ ନାରାୟଣ ପଣ୍ଡାଙ୍କ ସଭାପତିତ୍ବରେ ବରଗଡ଼ର ସର୍ବ ପୁରାତନ ବିଦ୍ୟାଳୟ ଜର୍ଜ ହାଇସ୍କୁଲ ୭୫ ବ୍ୟାଚ ବନ୍ଧୁ ମାନଙ୍କ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଅଛି।
ଗତ ୨୨ ଏପ୍ରିଲ ଦିନ ଜାମ୍ମୁକାଶ୍ମୀର ପହଲଗାମ ର ବୈସରନ ଘାଟିରେ ଆତଙ୍କବାଦୀ ଙ୍କ ବର୍ବରୋଚିତ ହତ୍ୟାକାଣ୍ଡ ଯୋଗୁଁ ଅଠେଇସ ଜଣ ନିରିହ ଭାରତୀୟ ଙ୍କ ନିର୍ଦୋଷରେ ପ୍ରାଣହାନି ଘଟିଥିବା ଯୋଗୁଁ ସେମାନଙ୍କ ଆତ୍ମାର ଶଦଗତ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା ଏବଂ ଆତଙ୍କବାଦୀ ଙ୍କୁ ସମୂଳେ ଧ୍ବଂସ କରିବା ପାଇଁ ଭାରତ ସରକାର ଙ୍କୁ ଅନୁରୋଧ କରାଯାଇଥିଲା।
ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସର୍ଵଶ୍ରୀ ନିର୍ମଳ କିଶୋର କର,ଦେବୀ ପଟ୍ଟନାୟକ, ତୁଳସୀ ଚରଣ ଦାଶ,ଅଭୟ ଭୋଇ,ରବିନ୍ଦ୍ର ପାଣିଗ୍ରାହୀ, ସୁରେନ୍ଦ୍ର ଦାଶ,କୁନୁ ବଢେଇ, କୁଞ୍ଜ ବିହାରୀ ଗୁପ୍ତା, ସୁରେନ୍ଦ୍ର ପାଣିଗ୍ରାହୀ, ବାଳମୁକୁନ୍ଦ ଦାଶ, ବାସୁ ପ୍ରଧାନ, ସ୍ବାଧୀନ ମହାରଣା, ଅଶୋକ ପ୍ରଧାନ,ପ୍ରଶନ୍ନ ସାମଲ, ଅଶୋକ କୁଅଁର, ଅଶୋକ ଅଗ୍ରୱାଲ-(ଏ ଓ ବି ), ପୃଥ୍ବୀରାଜ ନାଏକ, ଲଳିତ ବିଶୀ, ସୁଧାଂଶୁ ଶେଖର ଶତପଥୀ,ତାନସେନ ସରାଫପ୍ରମୁଖ ଯୋଗଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ