Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଶସ୍ତା ହୋଇଗଲା ସୁନା, ଅକ୍ଷୟ ତୃତୀୟା ପାଇଁ କିଣିବା ଲାଗି ଉତ୍ତମ ସୁଯୋଗ

୩୦ ଅପ୍ରେଲରେ ବଡୁଛି ଅକ୍ଷୟ ତୃତୀୟା। ଏହି ଦିନ ସୁନା କିଣିବା ଶୁଭ ବୋଲି ବିବେଚନା କରାଯାଇଥାଏ। କିଛି ଦିନ ତଳେ ସୁନା ଦର ୧ ଲକ୍ଷ ଟଙ୍କା ପାରି କରିଥିଲା। କିନ୍ତୁ ଆଜି ସୁନା ଦରରେ ହ୍ରାସ ଘଟି ୧ ଲକ୍ଷ ଟଙ୍କା ତଳକୁ ଖସିଛି। ତେବେ ଆସନ୍ତୁ ଜାଣିବା ଆଜିର ସୁନା ଦର କେତେ ରହିଛି।

ଏମସିଏକ୍ସରେ ସୁନା ସକାଳ ୮ଟାରେ ୧୦ ଗ୍ରାମ ସୁନା ଦର ୯୪ ୮୮୧ ଟଙ୍କାରେ ବିକ୍ରି ହେଉଥିଲା, ଅର୍ଥାତ ଏହାର ଦାମରେ ୧୭୪ ଟଙ୍କା କମିଛି।

ଅଫିସିଆଲ ୱେବସାଇଟ ମୁତାବକ, ରୂପାରେ ୬୪୧ ଟଙ୍କା କମି ଏବଂ କିଲୋଗ୍ରାମ ପିଛା ୯୫ ହଜାର ୮୦୦ ଟଙ୍କାରେ ବିକ୍ରି ହେଉଛି।

ଗତିକାଲି ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୦ ହଜାର ୨ ଟଙ୍କା ଥିଲା। ଆଜି ଏଥିରେ ୬୨୦ ଟଙ୍କା ହ୍ରାସ ପାଇ ୮୯ ହଜାର ୪୦୦ ଟଙ୍କାରେ ପହଞ୍ଚିଛି।

ସେହିପରି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ଗତକାଲି ୯୮ ହଜାର ୨୧୦ ଟଙ୍କା ଥିଲା ଆଜି ତାହା ୬୮୦ ଟଙ୍କା କମି ୯୭ ହଜାର ୫୩୦ ଟଙ୍କା ହୋଇଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ