Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲ ବିଭାଗରେ ବନ୍ଧା ପଡିଛି ଟ୍ରଷ୍ଟ ବୋର୍ଡ ଅନୁମୋଦନ ଫାଇଲ

ସମ୍ବଲପୁର:ସରକାର ପ୍ରାଚୀନ ଆଧ୍ଯାତ୍ମିକ ପୀଠ ତଥା ଐତିହ ର ସୁରକ୍ଷା ପାଇଁ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଉଛି ବୋଲି ଘୋଷଣା କରି ଏହାର ରକ୍ଷଣାବେକ୍ଷଣ ଦିଗରେ ଯୋଜନା କରିଥିବା ନେଇ ଜୋରଦାର ପ୍ରଚାରପ୍ରସାର ହେଉଛି। ତେବେ ବିଡମ୍ବନାର ବିଷୟ ଯେ ବାସ୍ତବ କ୍ଷେତ୍ର ରେ ଏହାର ଘୋର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଘୋଷଣା ଓ ବାସ୍ତବ ଚିତ୍ର ରେ ଆକାଶ ପାତାଳ ଫରକ ଦେଖା ଯାଉଛି। ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଅନ୍ୟତମ ଆଦିପୀଠ କୁହାଯାଉଥିବା ଲପଙ୍ଗା ଗ୍ରାମ ରେ ଥିବା ଦୁଇ ଶହ ବର୍ଷ ରୁ ଉର୍ଦ୍ଧ୍ବ ରମେଶ୍ଵର ରାମଚଣ୍ଡି
ପୀଠ ଏହାର ଜ୍ୱଳନ୍ତ ଉଦାହରଣ ଅଟେ। ଗତ ୮ମାସ ରୁ ଉର୍ଦ୍ଧ୍ବ କାଳ ହେଲା ଏହି ପୀଠ ର ଟ୍ରଷ୍ଟ ବୋର୍ଡ ଗଠନ ଫାଇଲ୍ ରାଜ୍ୟ ଲ’ କମିଶନ ଦପ୍ତର ରେ ଖତ ଖାଉଛି। ଫଳ ରେ ଏହି ଧର୍ମପୀଠ ର ରକ୍ଷଣାବେକ୍ଷଣ, ପରିଚାଳନା, ସେବାୟତ ମାନଙ୍କ ର ଦରମା ପ୍ରଦାନ, ପର୍ବପର୍ବାଣୀ ଆୟୋଜନ ଆଦି ରେ ସମସ୍ଯା ଦେଖାଦେଇଛି ବୋଲି ଟ୍ରଷ୍ଟବୋର୍ଡର ସଭାପତି , କର୍ମକର୍ତ୍ତା ଓ,ସଭ୍ଯ ମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଗତ ଅଗଷ୍ଟ ମାସ ରେ ଇନ୍ଣରିମ୍ ଟ୍ରଷ୍ଟ ବୋର୍ଡ ର କାର୍ଯ୍ୟକାଳ ଶେଷ ହେବା ପରେ ସମ୍ବଲପୁର ର ଆସିଷ୍ଟାଣ୍ଟ ଦେବୋତ୍ତର କମିଶନର ଙ୍କ ନିର୍ଦ୍ଦେଶ କ୍ରମେ ନୂତନ ଟ୍ରଷ୍ଟ ବୋର୍ଡ ଗଠନ କରାଯାଇ ଦେବୋତ୍ତର କମିଶନର ନବ ଗଠିତ ଟ୍ରଷ୍ଟ ବୋର୍ଡ କୁ ଅନୁମୋଦନ ପାଇଁ ସେପ୍ଟେମ୍ବର ମାସ ରୁ ରାଜ୍ୟ ଲ’ କମିଶନ ପାଖକୁ ଅନୁମୋଦନ ପାଇଁ ପଠାଇ ଛନ୍ତି। ଇତି ମଧ୍ଯ ରେ ୮ମାସ ବିତିବାକୁ ବସିଲାଣି କିନ୍ତୁ ସମ୍ବଲପୁର ର ଆସିଷ୍ଟାଣ୍ଟ ଦେବୋତ୍ତର କମିଶନର ରାଜ୍ୟ ଲ’ କମିଶନ ପାଖକୁ ଟ୍ରଷ୍ଟ ବୋର୍ଡ ଅନୁମୋଦନ ପାଇଁ ପଠାଇଥିବା ଲପଙ୍ଗା ରାମଚଣ୍ଡି ପୀଠ ର ଟ୍ରଷ୍ଟବୋର୍ଡ଼ ଗଠନ ଫାଇଲ ଅନୁମୋଦନ ନହୋଇ ଖତ ଖାଉଛି। ନବଗଠିତ ଟ୍ରଷ୍ଟ ବୋର୍ଡ କର୍ମକର୍ତ୍ତା ଏଥିପାଇଁ ଭୂବନେଶ୍ୱର କୁ ଅନେକଥର ଧାଁ ଦୌଡ କରି ଖର୍ଚ୍ଚାନ୍ତ ଓ ହଇରାଣ ହରକତ ହେଉଥିଲେ ବି କୌଣସି ସୁଫଳ ମିଳୁ ନଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଧର୍ମ ପୀଠ ଗୁଡିକ ର ରକ୍ଷଣା ବେକ୍ଷଣ ଓ ପରିଚାଳନା ପାଇଁ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁ ଥିବାବେଳେ ବିଶାଶହେ କୁଳତା ସମାଜ ଆରାଧ୍ଯ ରଣେଶ୍ବର ରାମଚଣ୍ଡି ପୀଠ ର ଟ୍ରଷ୍ଟ ବୋର୍ଡ ଫାଇଲ ଅନୁମୋଦନ ନହୋଇ ଫାଇଲ୍ ଶୀତଳଭଣ୍ଡାର ରେ ପଡି ରହିବା ସରକାର ଙ୍କ ତଥା କଥିତ ଘୋଷଣା ର ଅସଲ ସ୍ବରୂପ କୁ ପଦା ରେ ପକାଇ ଦେଇଛି। ଉଲ୍ଲେଖ ଯୋଗ୍ଯ ଯେ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ଲପଙ୍ଗା,ମୁରା, କମଗାଁ ଓ ସରସରା ଆଦି ୪ଟି ଗ୍ରାମ ରେ ରଣେଶ୍ବର ରାମଚଣ୍ଡି ଙ୍କ ପୀଠ ରହିଛି। ଏହି ଶକ୍ତିପୀଠ ଅସଂଖ୍ଯ ଶ୍ରଦ୍ଧାଳୁଙ୍କ ଆଧ୍ୟାତ୍ମିକ ଆସ୍ଥା,ଶ୍ରଦ୍ଧା, ବିଶ୍ବାସ ର ପ୍ରତୀକ ଅଟେ।
ଲପଙ୍ଗା ର ରାମଚଣ୍ଡି ପୀଠ ବ୍ୟତୀତ ସମ୍ବଲପୁର ଜିଲ୍ଲାର ଲପଙ୍ଗାର ଜଗନ୍ନାଥ ମନ୍ଦିର ଓ ଶିବ ମନ୍ଦିରର ମଧ୍ଯ ଟ୍ରଷ୍ଟ ବୋର୍ଡ ଅନୁମୋଦନ ଫାଇଲ ଲ’ କମିଶନ ଦପ୍ତର ଗତ ୩ବର୍ଷ ହେଲା ଅନୁମୋଦନ ନହୋଇ ପଡିରହିଛି। ଏସବୁ ଧର୍ମପୀଠ ଗୁଡିକ ଫାଇଲ ବର୍ଷ ବର୍ଷ ଧରି କାହିଁକି ଅନୁମୋଦନ କରାଯାଉ ନାହିଁ । ଏହାର ପଛ ରେ କଣ ରହସ୍ଯ ଅଛି ବୋଲି ଜନସାଧାରଣ ପ୍ରଶ୍ନ ହେଉଛି। ଡବଲ୍ ଇଞ୍ଜିନ୍ ସରକାର ଏହାର ଶୀଘ୍ର ସମାଧାନ କରିବାକୁ ଦାବୀ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ