Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀଡୁଙ୍ଗୁରି ଗାଁର ମହିଳାମାନେ ମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର: ଶୌଚାଳୟ, ରାସ୍ତା ଓ ନାଲା ନିର୍ମାଣ ପାଇଁ କଲେ ଦାବି

ସମ୍ବଲପୁର:ଲକ୍ଷ୍ମୀଡୁଙ୍ଗୁରି ଗାଁର ଯୁବକ ରାହୁଲ୍ ମୋଦକଙ୍କ ନେତୃତ୍ୱରେ ଗାଁର ୪୦ ଘରର ମହିଳାମାନେ ଆଜି ଏକତ୍ରିତ ହୋଇ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀଙ୍କୁ ଗୋଟିଏ ଦାବିପତ୍ର ଦେଇଛନ୍ତି।
ଦାବିପତ୍ରରେ ଗ୍ରାମରେ ଶୌଚାଳୟ, ସୁବିଧାଜନକ ରାସ୍ତା ଓ ନାଲା ନିର୍ମାଣ ନିମନ୍ତେ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଗ୍ରାମରେ ମୋଟ ୧୮୬ ଟି ପରିବାର ରହୁଛନ୍ତି, କିନ୍ତୁ ମାତ୍ର ୩୮ ଘରେ ଶୌଚାଳୟ ଅଛି। ବାକି ୧୫୦ ପରିବାର ଖୋଲାଯାଗାରେ ମଳତ୍ୟାଗ କରିବାକୁ ବାଧ୍ୟ ହେଉଛନ୍ତି, ଯାହା ମହିଳା ଓ ଶିଶୁଙ୍କ ପାଇଁ ଅତ୍ୟନ୍ତ ଅସୁବିଧାଜନକ ଏବଂ ଅପମାନଜନକ ଅବସ୍ଥା ତିଆରି କରୁଥିବାରୁ ପ୍ରତ୍ୟେକ ପରିବାରରେ ଶୌଚାଲୟ ନିର୍ମାଣ କରିବାକୁ ମନ୍ତ୍ରୀଙ୍କ ନିକଟରେ ଗ୍ରାମବାସୀ ଅନୁରୋଧ କରିଛନ୍ତି।
ଗତ କିଛି ସମୟ ରେ ଗ୍ରାମ ଭିତରେ ଥିବା ସବୁ ଖୋଲା ଜମି ପ୍ଲଟିଂ ହୋଇଯାଇଛି।ଏଠାରେ ସରକାରୀ ଜମି ମିଳୁନାହିଁ। କେବଳ ରେଳୱେ ଓ ହିଣ୍ଡାଲକୋ ଙ୍କ ଅଧିନରେ ଥିବା ଜମି ଅଛି, ଯେଉଁଠାରେ ଶୌଚାଳୟ ଓ ଅନ୍ୟାନ୍ୟ ଗଠନ କାମ ହେବା ସମ୍ଭବ ବୋଲି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି।
ମ୍ୟୁନିସିପାଲିଟିର ଇଞ୍ଜିନିଅର ଗ୍ରାମ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଓ କହିଛନ୍ତି ହିଣ୍ଡାଲକୋ ଅନୁମତି ଦେଲେ ଏହି କାମ ସମ୍ଭବ। ଏହି ଜମି ଉପରେ ଗ୍ରାମର ମୁଖ୍ୟ ରାସ୍ତା ଓ ନାଲା ରହିଛି, ଯାହାର ଅବସ୍ଥା ଅତ୍ୟନ୍ତ ଖରାପ। ଅନୁମତି ନଥିବାରୁ କୌଣସି ନିର୍ମାଣ କାମ ଆରମ୍ଭ ହୋଇ ପାରୁନାହିଁ।ଯଦିଓ ଫଣ୍ଡ୍ ମିଳିଯାଇଛି।
ମନ୍ତ୍ରୀ ସୁରେଶ ପୁଜାରୀ ଗ୍ରାମବାସୀଙ୍କୁ ଆଶ୍ୱାସନ ଦେଇଛନ୍ତି ଯେ ସେ କଲେକ୍ଟର ଓ କମିଶନରଙ୍କ ସହିତ ଆଲୋଚନା କରି ଅନୁମତି ପାଇଁ ପଦକ୍ଷେପ ନେବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ