Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ବାମୀଙ୍କ ଠାରୁ ଅଲଗା ହେଲେ ମେରୀ କମ୍

ନୂଆଦିଲ୍ଲୀ: ୬ ଥର ବିଶ୍ୱ ଚାମ୍ପିଅନ୍ ବକ୍ସର ଏମ୍ସି ମେରୀ କମ୍ ତାଙ୍କ ଛାଡପତ୍ରକୁ ସ୍ପଷ୍ଟ କରିଛନ୍ତି। ବୁଧବାର ଦିନ ମେରୀ କମ୍ ତାଙ୍କ ଓକିଲଙ୍କ ମାଧ୍ୟମରେ ଜାରି ଏକ ଆଇନଗତ ବିବୃତ୍ତିରେ ଓଙ୍କୋଲୋର ଠାରୁ ତାଙ୍କର ଛାଡପତ୍ର ନେଇ ସ୍ପଷ୍ଟ କରିଛନ୍ତି।

ମେରୀଙ୍କ ଓକିଲ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ମେରୀଙ୍କ ଅନ୍ୟ କାହା ସହ ପ୍ରେମ ସମ୍ପର୍କ ନାହିଁ। କୌଣସି ମିଡିଆ ପ୍ଲାଟଫର୍ମରେ ଏହାକୁ ପ୍ରସାରଣ କରିବା ଉଚିତ ନୁହେଁ। ବ୍ୟକ୍ତିଗତ ଓ ପାରିବାରିକ ଜୀବନ ଅଯଥା ମୁଣ୍ଡ ପୂରାଇବା ଆବଶ୍ୟକ ନାହିଁ।

ଏନେଇ ମେରୀ କହିଛନ୍ତି ମୁଁ ଏବଂ ମୋର ପତି ଓନଲର ଏବେ ପରସ୍ପରଠାରୁ ଅଲଗା ରହୁଛି । ୨୦ ଡିସେମ୍ବର ୨୦୨୩ରେ ଉଭୟ ନିୟମ ମୁତାବକ ଛାଡପତ୍ର ଆବେଦନ କରିଥିଲେ । ଦୁଇ ପରିବାରର ସଦସ୍ୟଙ୍କ ସହମତି ଭିତିରେ ଏହି ନିଷ୍ପତି ନିଆ ଯାଇଥିଲା।

ତେବେ କେଉଁ କାରଣ ନେଇ ଉଭୟ ପରଷ୍ପରଠାରୁ ଅଲଗା ହେଲେ ତାହା ସ୍ପଷ୍ଟ ହୋଇପାରିନି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ