Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିନ୍ଦୁରପଙ୍କ ଦଣ୍ଡେଇପାଲି ଠାରେ ଆନ୍ତର୍ଜାତିକ ଶ୍ରମିକ ଦିବସ

ସମ୍ବଲପୁର: ସମ୍ବଲପୁର ମହାନଗରର ସିନ୍ଦୁରପଙ୍କ ଦଣ୍ଡେଇପାଲି ସ୍ଥିତ କୃଷକ ଭବନ ପ୍ରାଙ୍ଗଣରେ ଆଜି ପୂର୍ବାହ୍ନରେ “ବିଶ୍ୱ ଶ୍ରମିକ ଦିବସ” ମହାସମାରୋହରେ ପାଳିତ ହୋଇ ଯାଇଛି | ବରିଷ୍ଠ ଚାଷୀନେତା ରାମସାଗର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥି ଭାବରେ ରାଷ୍ଟ୍ରୀୟ ବୁଦ୍ଧିଜୀଵୀ ପରିଷଦର ସଭାପତି ସଂସ୍କୃତିରତ୍ନ କାର୍ତ୍ତିକ ପ୍ରସାଦ ବହିଦାର ମୁଖ୍ୟଅତିଥି ଭାବରେ, ଶ୍ରମିକ ନେତା ଭବାନୀ ଶଙ୍କର ସୋହେଲା ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ | ସମ୍ପାଦକ ପ୍ରକୃତିବନ୍ଧୁ ମେଘୁ ମୁଣ୍ଡା ଏବଂ ସାମାଜିକ କର୍ମୀ ପୂଜାରୀ ନାୟକ ମଞ୍ଚାସୀନ ରହିଥିଲେ |
ପ୍ରାରମ୍ଭରେ ମୁଖ୍ୟଅତିଥି କାର୍ତ୍ତିକ ପ୍ରସାଦ ବହିଦାରଙ୍କ ଦ୍ୱାରା ପତାକା ଉତ୍ତୋଳନ ପରେ ସମାରୋହରେ ସମବେତ ଶତାଧିକ ଶ୍ରମିକ ଦଣ୍ଡାୟମାନ ହୋଇ ସମ୍ପ୍ରତି ଜାମ୍ମୁକାଶ୍ମୀରର ପହଲଗାମ୍ ଠାରେ ଇସଲାମ ଆତଙ୍କବାଦୀ ମାନଙ୍କ ଗୁଳିର ଶିକାର ହୋଇଥିବା ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ | ତାପରେ ସମ୍ପାଦକ ପ୍ରକୃତିବନ୍ଧୁ ମେଘୁ ମୁଣ୍ଡା ପ୍ରାରମ୍ଭିକ ବକ୍ତବ୍ୟରେ ଅତିଥି ପରିଚୟ ସହ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ |
ସମାରୋହରେ ଉପସ୍ଥିତ ଶ୍ରମିକ ମାନେ ସେମାନେ ସମ୍ମୁଖୀନ ହେଉଥିବା ବିଜୁଳି ସମସ୍ୟା, ପାନୀୟ ଜଳ ସମସ୍ୟା, ସ୍ୱାସ୍ଥ୍ୟସେବା ସମସ୍ୟା, ମହିଳା ମାନଙ୍କ ସମସ୍ୟା, ସରକାରଙ୍କ ଠାରୁ ପକ୍କାଘର ଆଦି ବିଭିନ୍ନ ସରକାରୀ ସୁବିଧା ପାଇବାରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ |
ମୁଖ୍ୟଅତିଥି କାର୍ତ୍ତିକ ପ୍ରସାଦ ବହିଦାର ନିଜ ଉଦ୍’ବୋଧନରେ ଶ୍ରମିକ ସଙ୍ଗଠନର ମହତ୍ତ୍ୱ, ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ଉପରେ ସମସ୍ତଙ୍କୁ ବୁଝାଇଥିଲେ | ସମସ୍ତେ ସୁସଂଗଠିତ ଭାବରେ ନିଜ ନିଜ ଅଧିକାର ସକାଶେ ଆଗାମୀ ଦିନରେ ଲଢ଼େଇ କରି ସମ୍ମାନ ପୂର୍ବକ ନିଶାମୁକ୍ତ ସୁସ୍ଥ ଜୀବନ ଯାପନ କରିବାକୁ ସେ ପରାମର୍ଶ ଦେଇଥିଲେ | ଉପଯୁକ୍ତ କର୍ତ୍ତୃପକ୍ଷ ମାନଙ୍କ ସହ ଆଲୋଚନା କରାଯାଇ ସମସ୍ୟା ମାନଙ୍କ ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ସମ୍ମାନୀତ ଅତିଥି ଭବାନୀ ଶଙ୍କର ସୋହେଲା ଶ୍ରମିକ ମାନଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ |
ଏହି ଶ୍ରମିକ ଦିବସ ସମାରୋହରେ ସୌଦାମିନି ମିର୍ଦ୍ଧା, ସୁମତି ଭୋଇ, ସରୋଜିନୀ ବଗର୍ତ୍ତୀ, ସିନ୍ଧୁଲତା ବେହେରା, ପଦ୍ମାସିନୀ ବେହେରା, ଅଶ୍ବିନୀ ରାଉତ, ଶଙ୍କର ମିର୍ଦ୍ଧା ପ୍ରମୁଖ ଶତାଧିକ ଶ୍ରମିକ ଯୋଗଦାନ କରିଥିଲେ | ଶେଷରେ ସାମାଜିକ କର୍ମୀ ପୂଜାରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ