Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବ ଦାସ ହତ୍ୟା ଘଟଣା:ଜୟ ଶୁଣାଇଲେ ସଫା କଥା ରଫା ଦଫା ହୋଇଗଲା

ସମ୍ବଲପୁର, ୦୧. ୦୫ ବିଜେଡି ସରକାର ସମୟର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣାରେ ଆଜି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ସରକାରଙ୍କ ଉପରେ ମାରିଛନ୍ତି ବଡ଼ ତୀର।ନବ ଦାସ ହତ୍ୟାକାଣ୍ଡକୁ ନେଇ ଜୟନାରାୟଣ କହିଛନ୍ତି ଆଇପିଏସ୍‌ ଲବି ଘଟଣାକୁ ଏପଟ ସେପଟ କରିଦେଲା।ଘଟଣାରେ ଆଇଏଏସ ଓ ଆଇପିଏସ ଙ୍କ ସଂପୃକ୍ତି ରହିଛି ବୋଲି କହିଛନ୍ତି ଜୟନାରାୟଣ ମିଶ୍ର।
ଏହି ଶ୍ରେଣୀର ଅଧିକାରୀ ମାନଙ୍କୁ ଇଙ୍ଗିତ କରି ପୁଣି ସେ କହିଛନ୍ତି ଯେ,ଏମାନେ ମଣିଷ ମାରିଲେ ବି ପାର୍ ହୋଇ ଯାଉଛନ୍ତି।ଦେଶରେ ଏମାନଙ୍କ ରାଜ୍ ଚାଲିଛି ବୋଲି କଡା ଭାଷାରେ ଜୟନାରାୟଣ ସଫା ସଫା ଶୁଣାଇ ଦେଇଛନ୍ତି।ସେ ଆହୁରି କହିଛନ୍ତି ସମୟ ଗଡ଼ିବା ସହ ସବୁ ରଫାଦଫା ହୋଇଯାଇଛି।ତୁରନ୍ତ ତଦନ୍ତ ହୋଇଥିଲେ ସବୁ ଜଣାପଡ଼ି ଥାଆନ୍ତା ବୋଲି ସଫା ସରକାରଙ୍କ ଉପରକୁ ତେରଛା ତୀର ମାରି ଘଟଣାର ଗମ୍ଭୀରତାକୁ ତେଜିଆନ କରିଛନ୍ତି ଜୟ ନାରାୟଣ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ