Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

ସମ୍ବଲପୁର:ଯେଉଁ ଦେଶ ଓ ସମାଜରେ ଶ୍ରମିକ,କୃଷକ,ଛାତ୍ର, ଯୁବକ ଯେତେ ସୁରକ୍ଷିତ ସେ ଦେଶ ଓ ସମାଜ ସେତେ ସମୃଦ୍ଧ। ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରେ ଶ୍ରମିକ ଶ୍ରେଣୀ ନିଜର ଅଧିକାର ପାଇଁ ତଥା ଶାସକ ଶ୍ରେଣୀର ଶୋଷଣ ଏବଂ ଅତ୍ୟାଚାର ବିରୋଧର
ସଂଘର୍ଷରେ ସର୍ବଦା ଆଗରେ ରହି ଆସିଛନ୍ତି। ମଇ ଦିବସ କେବଳ ଆଠ ଘଣ୍ଟିଆ ଶ୍ରମ ଦିବସର କଥା କହୁନାହିଁ ବରଂ ପୁଞ୍ଜି ଦ୍ୱାରା ଶ୍ରମର ଶୋଷଣ ବିରୋଧରେ ଅବିରାମ ସଂଘର୍ଷର ଶିକ୍ଷା ଦେଇ ଆସିଛି। ଅତଏବ ଏହି ମହାନ ଦିବସ ଅବସରରେ ସମାଜର ପ୍ରତ୍ୟେକ ଶ୍ରମଜୀବୀ ମଣିଷ ନିଜର ଅର୍ଥନୈତିକ ତଥା ରାଜନୈତିକ ଦାବି ହାସଲ ପାଇଁ ଲଢ଼େଇ କରିବାକୁ ଶପଥ ନେବା ଆବଶ୍ୟକ। ସମାଜରୁ ମଣିଷ ଦ୍ୱାରା ମଣିଷର ଶୋଷଣକୁ ହଟାଇ ତାରି ସ୍ଥାନରେ ଏକ ନ୍ୟାୟପୂର୍ଣ୍ଣ ବିକଳ୍ପ ସମାଜବାଦୀ ବ୍ୟବସ୍ଥାର ନିର୍ମାଣ ପାଇଁ ଲଢ଼େଇରେ ସାମିଲ ହେବାକୁ ପଡ଼ିବ,ଏହା ହିଁ ଅନ୍ତର୍ଜାତୀୟ ଶ୍ରମିକ ଦିବସର ଆହ୍ବାନ ହେବା ଉଚିତ ବୋଲି ସଭାରେ ଯୋଗ ଦେଇଥିବା ଅତିଥି ମାନେ ସେମାନଙ୍କର ବକ୍ତବ୍ଯରେ ପ୍ରକାଶ କରିଥିଲେ।
ତଲାବିରା ୨ଓ୩ କୋଇଲା ଖଣି ସ୍ଥିତ ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘ ପକ୍ଷରୁ ବାର୍ଷିକ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ହୋଇଯାଇଛି। ମହୋତ୍ସବ ରେ ମୁଖ୍ଯ ଅତିଥି ଭାବରେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଏନଏଲସି କମ୍ପାନୀର ସିଜିଏମ ଶ୍ରୀ ଦୟାନନ୍ଦ, ଅଦାନୀ ପ୍ରକଳ୍ପ ମୁଖ୍ଯ ନବୋଳ ଶର୍ମା, ୟୁନିଅନ ର ସଭାପତି କିରଣ ବେହେରା, ରେଙ୍ଗାଲି ଜୋନ-୧ର ଜିଲ୍ଲାପରିଷଦ ସଭ୍ଯା ଚୋଳଶ୍ରୀ ମହାନନ୍ଦ, କୋଶଳ ମଜଦୁର ସଂଘର ସଭାପତି ନନ୍ଦନ ମହାନନ୍ଦ, କୋଶଳ ସଂଗ୍ରାମୀ ଆକାଶ ପଣ୍ଡା, କୋଶଳ ସେନାର ସଂଯୋଜକ ରମଣୀ ଦନ୍ତ, ଖିଣ୍ଡା ହାଇସ୍କୁଲ ର ପୂର୍ବତନ ପ୍ରଧାନ ଶିକ୍ଷକ ବିଶିଷ୍ଟ ଶିକ୍ଷାବିତ ଦୁର୍ଗା ପ୍ରସାଦ ସାହୁ ,ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ବାଳ,ସାମ୍ବାଦିକ ନରେଶ ମାହାଣା, ସୁବ୍ରତ ପାଢି, ଉତ୍ତମ ବିଶ୍ଵାଳ, ଖିଣ୍ଡା ଗ୍ରାମପଞ୍ଚାୟତର ସରପଞ୍ଚ ସନ୍ଧ୍ୟା ରାଣୀ ପ୍ରଧାନ, ପତ୍ରାପାଲି ଗ୍ରାମପଞ୍ଚାୟତର ସରପଞ୍ଚ ଖଗେଶ୍ଵର ନାଏକ, ମଲଦା ଗ୍ରାମପଞ୍ଚାୟତର ସରପଞ୍ଚ ରିଙ୍କି ସିଂହ, ଗାନ୍ଧି ବେହେରାଙ୍କ ସହିତ ଅଂଚଳର ଅନେକ ଭଦ୍ର ବ୍ଯକ୍ତି ଓ ଶ୍ରମିକ ମାନେ ଉକ୍ତ ସମାରୋହ ଯୋଗ ଦେଇ ଥିଲେ।ପ୍ରଥମେ ମାଁ ସମଲେଶ୍ଵରୀ ଓ ସୁରେନ୍ଦ୍ର ସାଏଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ପୂଜାର୍ଚ୍ଚନା କରି ସମସ୍ତ ଅତିଥି ମଞ୍ଚରେ ନିଜ ନିଜର ଅଭିଭାଷଣ ରଖିଥିଲେ ।ସଭା ଶେଷରେ ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘର କାର୍ଯ୍ଯକାରୀ ସଭାପତି ଶ୍ରୀଯୁକ୍ତ ବାବଲୁ ରାଉତ ନିଜର ବକ୍ତବ୍ଯରେ ଆଗାମୀ ୨୦୨୫/୨୬ ବର୍ଷ ରେ ଅଂଚଳର ଗରିବ ଯୁବତୀ ମାନଙ୍କୁ ସାମୁହିକ ବିବାହ ସଂଘ ତରଫରୁ କରାଯିବାର ଘୋଷଣା କରିଥିଲେ
ଖଣିରେ କାର୍ଯ୍ଯରତ ଶ୍ରମିକ ମାନଙ୍କ ପକ୍ଷରୁ ସଂଘର ପୂର୍ବତନ ସଦସ୍ଯ ସ୍ଵର୍ଗତ ଗଜେନ୍ଦ୍ର ପ୍ରଧାନ ଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ।ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ସମସ୍ତଙ୍କ ମନୋରଞ୍ଜନ ପାଇଁ ଜୀ ଟିଭି ର ବିଜେତା ଅମ୍ରିତା ନାଏକ, ଏବଂ ଲୋକପ୍ରିୟ ସମ୍ବଲପୁରୀ ଗାୟକ ଉମାକାନ୍ତ ବାରିକ ଏବଂ ସାଥି ମାନଙ୍କ ଦ୍ବାରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ