Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦକ୍ଷତା ବୃଦ୍ଧି ପାଇଁ ପବ୍ଲିକ ଲାଇବ୍ରେରୀ ର ଅଭିନବ ଉଦ୍ୟମ ଜିଲ୍ଲାରେ ବଢୁଛି ଗ୍ରୁମିଙ୍ଗ କ୍ଲାସ ର ଚାହିଦା

ସମ୍ବଲପୁର: ଜିଲ୍ଲା ପ୍ରଶାସନ ଓ ଜିଲା ଶିକ୍ଷା ଅଧିକାରୀ ଙ୍କ ସହଯୋଗ ରେ ଗତ ତିନିବର୍ଷ ହେଲା ହାଇସ୍କୁଲ ପିଲାଙ୍କ ନୈତିକ,ଆଧ୍ୟାତ୍ମିକ, ଓ ଵିଜ୍ଞାନ ତଥା କାରିଗରୀ କୌଶଳ ଓ ସର୍ବୋପରି ଦକ୍ଷତା ବିକାଶ ପାଇଁ ,ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ଦ୍ୱାରା ପ୍ରତି ରବିବାର ଦିନ ସକାଳେ ଆୟୋଜିତ ହେଉଥିବା ଗ୍ରୁମିଙ୍ଗ କ୍ଲାସ ରେ ଭାଗ ନେଇ ୨ ଶିକ୍ଷାର୍ଥୀ ଚଳିତ ବର୍ଷ ହାଇସ୍କୁଲ ପରୀକ୍ଷାରେ ଜିଲ୍ଲାରେ ସ୍ଥାନଶ୍ରେଷ୍ଠ ସ୍ଥାନ ଅଧିକାର କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।
ଧନୁପାଲି ଶିଶୁ ମନ୍ଦିରର ଛାତ୍ରୀ ଜି. ଶିରିଶା ଓ ପ୍ରଜ୍ଞା ପ୍ରିୟଦର୍ଶନୀ ପ୍ରଧାନ ଗତ ବର୍ଷ ଗ୍ରୋମିଙ୍ଗ କ୍ଲାସରେ ଭାଗନେଇ ଥିଲେ।ତାଙ୍କର ସାଧନ ବିଦ୍ୟାଳୟ ର ଗୁରୁଜୀ ଙ୍କ ଉଦ୍ୟମ ,ପିତା ମାତା ଙ୍କ ଆଶୀର୍ବାଦ ର ଫଳ ସ୍ୱରୂପ ସେମାନେ ଏହି ସଫଳତା ପାଇଛନ୍ତି।ଗ୍ରୁମିଙ୍ଗ ଶ୍ରେଣୀ ରେ ଯୋଗଦେଇ ସେମାନେ ନିଶ୍ଚିତ ଭାବେ ଅନୁପ୍ରାଣିତ ଓ ପ୍ରଭାବିତ ହୋଇ ଶୀର୍ଷ କୁ ଚଢିବାର ପ୍ରେରଣା ପାଇଥିବା କହିଛନ୍ତି। ଏଠାରେ ସୂଚନା ଯୋଗ୍ୟ କି, ଜି. ଶିରିଶା ୯୪. ୩୩% ହାରରେ ୫୬୬ ନମ୍ବର ରଖି ସମ୍ବଲପୁର ଜିଲ୍ଲା ଟପ୍ପର ହୋଇଥିବା ବେଳେ ପ୍ରଜ୍ଞା ପ୍ରିୟଦର୍ଶନୀ ପ୍ରଧାନ ୯୪. ୧୬% ରଖି ଜିଲ୍ଲାର ଟେକ ରଖିଛନ୍ତି। ଏହି ୨ ଜଣ ଶିକ୍ଷାର୍ଥୀଙ୍କୁ ଲାଇବ୍ରେରୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା କୁ ସ୍ଥିର ହୋଇଛି। ଗତବର୍ଷ ମଧ୍ୟ୍ୟ ୩ ଜଣ ଶ୍ରେଷ୍ଠ ଶିକ୍ଷାର୍ଥୀଙ୍କୁ ଲାଇବ୍ରେରୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଅନୁଷ୍ଠାନ ର ସଭାପତି ପ୍ର ଆଦିତ୍ୟ ପ୍ରସାଦ ପାଢ଼ୀ ଙ୍କ ନେତୃତ୍ୱ , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ଙ୍କ ପ୍ରଚେଷ୍ଟା ଓ ସଂଯୋଜନା ତଥା ଅନ୍ୟ ସଦସ୍ୟ ମାନଙ୍କ ଅକୁଣ୍ଠ ସହଯୋଗ ରେ ଏହି କର୍ୟ୍ୟକ୍ରମ ସଫଳତା ର ସହ ତୃତୀୟ ବର୍ଷ ରେ ପହଂଚିଛି।ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୨୦ ଟି ହାଇସ୍କୁଲ ରୁ ୮୦ ଜଣ ପିଲା ପଞ୍ଜିକୃତ ହେବା କର୍ୟ୍ୟକ୍ରମ ର ଲୋକପ୍ରିୟତା ର ଜ୍ୱଳନ୍ତ ଉଦାହରଣ। ଲାଇବ୍ରେରୀ ସଭ୍ୟଙ୍କ ସହଯୋଗରେ ଏହି ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇ ଶିକ୍ଷାର୍ଥୀ ଙ୍କ ମନୋବଳ ବୃଦ୍ଧି କରାଯିବାକୁ ଏକ ଉଦ୍ୟମ କରାଯାଉଛି।ଏଥିରେ ପ୍ରଭାବିତ ହୋଇ ଚଳିତ ବର୍ଷର ଛାତ୍ରଛାତ୍ରୀ ମାନେ ନିଶ୍ଚିତ ଭାବେ ପ୍ରେରିତ ହେବେ।ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜି. ସିରିଶା ଓ ପ୍ରଜ୍ଞା ପ୍ରିୟଦର୍ଶନୀ ଗତ ବର୍ଷ ର ଗ୍ରୁମିଙ୍ଗକ୍ଲାସ ରେ ସକ୍ରିୟତାର ସହିତ ଭାଗ ନେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ