Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମ ପରାୟଣା ସରସ୍ବତୀ ପୂଜାରୀଙ୍କ ପରଲୋକ

ସମ୍ବଲପୁର:ବରଗଡ଼ ହାଟପଦା ନିବାସୀ ସ୍ଵର୍ଗତ ରଘୁନନ୍ଦନ ପୂଜାରୀ ଙ୍କ ଧର୍ମ ପତ୍ନୀ ସରସ୍ବତୀ ପୂଜାରୀ(୮୭) ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଗତ କାଲି ପରଲୋକ ଘଟିଛି।ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ଝିଅ ସୁନନ୍ଦା ଓ ସୁଜାତା ଜ୍ବାଇଁ ଗଙ୍ଗା ଭୂଷଣ ପଣ୍ଡା ଓ ଗୁରୁ ଚରଣ ଦାଶ ତଥା ନାତି ନାତୁଣୀ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ।ଶବାଧାରରେ ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଲିଟୁ ମହାନ୍ତି,ସମ୍ବାଦ ବିଜ୍ଞାପନ ମୂଖ୍ୟ ଜେ.ପି. ଶତପଥୀ ,ବରିଷ୍ଠ ସାମ୍ବାଦିକ ବିରେନ୍ଦ୍ର ପ୍ରଧାନ, ସତ୍ୟଜିତ ଦାଶ, ଜ୍ଞାନ ରଂଜନ କର,ଜିମ ପତି, ବିଦ୍ୟା ସାଗର ଏକାଡେମୀ ର ଚେୟାରମେନ ରାମ ବିଶୀ, ଧନୁଯାତ୍ରା ର ପୂର୍ବତନ କଂସ ସଂଜୀବ ଦାଶ(ମାଟୁ),ଆଦିତ୍ୟ ଦାଶ,ବୁଲୁ ଦାଶ,ପ୍ରଭାତ ପୂଜାରୀ,ରାଜା ପୂଜାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଜୀରା ନଦୀ ସ୍ଵର୍ଗଦ୍ଵାରକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ବର୍ଗତା ପୂଜାରୀ ଙ୍କ ଦୁଇ ପୁଅ ସୁନୀଲ ଓ ସୁବ୍ରତ ଙ୍କ ବହୁ ପୂର୍ବରୁ ସ୍ଵର୍ଗବାସ ହୋଇ ଥିବାରୁ ପୁତୁରା ସଂଜୟ ପୂଜାରୀ ଓ ମୁଖାଗ୍ନି ଦେଇଥିଲେ।
ତାଙ୍କ ବିୟୋଗରେ ଏ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ