Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବପ୍ରସ୍ତୁତି ପ୍ରଶିକ୍ଷଣ:ସତ୍ୟ ହିଁ ମଣିଷକୁ ମହାନ କରେ, ବଜାର ଖାଦ୍ୟ କୁ ନା

ସମ୍ବଲପୁର: ପୂର୍ବାହ୍ନ ରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ନିଜସ୍ୱ ପ୍ରେକ୍ଷାଳୟ ରେ ୨୦୨୫ ବର୍ଷ ପାଇଁ ରାଷ୍ଟ୍ର ନିର୍ମାର୍ଣ ରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ର ତୃତୀୟ ସପ୍ତାହ ରେ ଶିକ୍ଷାଦାନ ଆରମ୍ଭ ହୋଇଯାଇଛି।ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ଔପଚାରିକ ଭାବେ ଆଜିର ପ୍ରଥମ ଅଧିବେଶନ ନୈତିକ ଶିକ୍ଷା ଆଧାରରେ ପ୍ରଶିକ୍ଷଣ ର ପ୍ରସଙ୍ଗ “ସତ୍ୟ”ଉପରେ ପ୍ରଶିକ୍ଷଣ ଆରଂମ୍ଭ କରି ପ୍ରାକ୍ତନ ଟ୍ରେନିଂ କଲେଜ ଅଧ୍ୟକ୍ଷ ପ୍ରୋ.ମୀନକେତନ ପାଠୀ ବିଭିନ୍ନ ଉଦାହରଣ ସହ ପିଲାଙ୍କୁ ସବୁବେଳେ ସତ୍ୟ କୁ ଆଧାର କରି ଜୀବନ ଶୈଳୀ ଅପଣେଇବାକୁ ଉପଦେଶ ଦେଇଥିଲେ।
ଦ୍ଵିତୀୟ ଅଧିବେଶନ ସ୍ୱାସ୍ଥ୍ୟବିଜ୍ଞାନ ଉପରେ ଆଲୋଚନା ଆରମ୍ଭ କରି ଭିସୁଟ ବୁର୍ଲା ର ଅଧ୍ୟାପିକା ଡ଼. ଅଭିପ୍ସା ମହାପାତ୍ର “ବିଭିନ୍ନ ରୋଗ ର ଉଦାହରଣ ଦେଇ ବଜାର ଖାଦ୍ୟ ଠୁ ଦୁରେଇ ରହିବାକୁ ପିଲାଙ୍କୁ ସଚେତନ କରାଇ ଯଥା ସମ୍ଭବ ଏହି ଖାଦ୍ୟ କୁ ବାରଣ କରିବାକୁ ସେ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମ ର ସଂଯୋଜକ ରାଜେନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିବା ସହ ଅଧିବେଶନ ପ୍ରାରମ୍ଭ ରୁ ପିଲାଙ୍କୁ ମୌଳିକ ଇଂରାଜୀ ର ଆବଶ୍ୟକତା ଉପରେ ଶିକ୍ଷାଦାନ କରିଥିଲେ।।ପ୍ରଶିକ୍ଷାର୍ଥୀ ଙ୍କ ମଧ୍ୟରୁ ସୋନାଲି,ବିଦୁଶୀ, ଅଦିତୀ ,ବ୍ରିଜେଶ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ।.ଆଜି ଶ୍ରୀ ରଘୁନାଥ ମିଶ୍ର,ଅର୍ଜୁନ ପଣ୍ଡା,ସୁଶାନ୍ତ ଗୁରୁ,ଗିରିଧାରୀ ହୋତା ପ୍ରମୁଖ ଉପସ୍ଥିତ ଥିବା ବେଳେ ସଭ୍ୟ ଶ୍ରୀ ପ୍ପୃଥ୍ବୀରାଜ ମିଶ୍ର,,ଗୋଳକ ମିଶ୍ର, ଓ ବିଜୟ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ଶେଷରେ ଜାତୀୟ ସଙ୍ଗୀତ ଓ ଜଳଖିଆ ବିରତି ପରେ କାର୍ଯ୍ୟକ୍ରମ ର ସମାପ୍ତି ହୋଇଥିଲା ଆଜିର ଶିବିର ରେ ୧୮ ଟି ଉଚ୍ଚବିଦ୍ୟାଳୟ ରୁ ୬୮ ଜଣ ପ୍ରଶିକ୍ଷାର୍ଥୀ ଯୋଗ ଦେଇଥିଲେ।ସମସ୍ତ ପିଲାଙ୍କୁ ସଂସ୍ଥା ତରଫରୁ ଦୈନନ୍ଦିନୀ ଖାତା ଓ କଲମ ବଣ୍ଟା ଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ