Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାତୀ ଆକ୍ରମଣ ରେ ବୃଦ୍ଧାଙ୍କ ଜୀବନ ଗଲା

ସମ୍ବଲପୁର: ହାତୀ ମଣିଷ ଲଢେଇର ଅନ୍ତ ଘଟୁନି। ଆଜି ପୁଣି ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି।ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ ନୂଆବାରଙ୍ଗମାଳ ପଞ୍ଚାୟତ ଅଧୀନରେ ଥିବା ଧଧୋଲୋମୁଣ୍ଡା ଠାରେ ଏହି ଘଟଣା ଘଟିଛି। ଗାଁ ଶେଷ ମୁଣ୍ଡରୁ ଗାଁ ର ସନ୍ତୋଷ ବଢ଼ାଇ ନାମକ ଜଣେ ୮୮ ବର୍ଷୀୟ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ଦେଖି ପୋଲିସ ଓ ବନ ବିଭାଗ କର୍ମଚାରୀଙ୍କୁ ଗାଁ ଲୋକେ ଖବର ଦେଇଥିଲେ। ମୃତଦେହ ନିକଟରେ ହାତୀ ପାଦ ଚି଼ହ୍ନ ଦେଖିବାକୁ ମିଳିଥିଲା। ପାଦ ଚି଼ହ୍ନରୁ ହାତୀ ଦ୍ୱାରା ଆକ୍ରମଣ ହୋଇଥିବା ଲୋକେ ସନ୍ଧେହ କରି ପୋଲିସ ଓ ବନ ବିଭାଗ କୁ ଜଣାଇବା ପରେ ଜୁଯୋମୁରା ପୋଲିସ ଓ ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି। ଆଜି ବଡି ଭୋର ସକାଳୁ ଏହି ଘଟଣା ଘଟିଛି।ହାତୀ ଆକ୍ରମଣ ରେ ସନ୍ତୋଷଙ୍କ ମୃତ୍ୟୁ ହୋଇଥିବା ପଡିଆବାହାଲ ରେଞ୍ଜର ସୁନୀଲ ଖିଲାରି ମଧ୍ୟ୍ୟ ସ୍ପଷ୍ଟ କରିଛନ୍ତି।
ଜୁଯୋମୁରା ବ୍ଲକ ଅଞ୍ଚଳରେ ହାତୀଙ୍କ ଚଳ ପ୍ରଚଳ ଲାଗି ରହିଥିଲେବି ହାତୀଙ୍କ ବିକଳ୍ପ ପାଇଁ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉଥିବାରୁ ଏହି ଅଞ୍ଚଳରେ ହାତୀ ମଣିଷ ଲଢେଇ ଏକ ନିତିଦିନିଆଁ ଘଟଣାରେ ପରିଣତ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ