ବୀରମହାରାଜପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଛାତ୍ରୀ ଡଲି ମିର୍ଦ୍ଧା ଙ୍କ କୃତିତ୍ଵ


ବୀରମହାରାଜପୁର : (ସୌମିତ୍ରି ମେହେର)
ଡଲି ମିର୍ଦ୍ଧା, ଜଣେ ଆଦିବାସୀ (କୁଡା) ସଂପ୍ରଦାୟର ଛାତ୍ରୀ । ସ୍ଥାନୀୟ ବୀରମହାରାଜପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସେ ପଢେ । ବାପା ମାଁ ଦୁହେଁ ଓଡ଼ିଶା ବାହାରେ, ତାମିଲନାଡୁ ଦାଦନ ଖଟିବାକୁ ଯାଇଛନ୍ତି। ମାମୁଁ ବିନାୟକ ମିର୍ଦ୍ଧାଙ୍କ ଆଶ୍ରୟ ଓ ସହାୟତାରେ ରାଧାପୁର ଗ୍ରାମରେ ରେ ରୁହନ୍ତି। ନିଜ ହାତରେ ରୋଷେଇ କରି ବିଦ୍ୟାଳୟକୁ ପଢିବାକୁ ଆସନ୍ତି। ବର୍ଷ ଆରମ୍ଭରେ ଏକ ସଡ଼କ ଦୁର୍ଘଟଣାରେ ପଡ଼ି ଗଭୀର ଆଘାତ ପ୍ରାପ୍ତ ହୋଇ ଦୀର୍ଘ ଦୁଇମାସ କାଳ ବିଦ୍ୟାଳୟକୁ ଆସିପାରି ନଥିଲେ । ଏତେ ଘାତ ପ୍ରତିଘାତ ସତ୍ତ୍ୱେ ଚଳିଚ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ୮୨ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟ ଟପର୍ ହୋଇଛନ୍ତି। ଆଗକୁ ପ୍ରଶାସନିକ ଅଧିକାରୀ ହେବାର ସ୍ବପ୍ନ ଦେଖନ୍ତି ଡଲି ମିର୍ଦ୍ଧା। ଉପଯୁକ୍ତ ସରକାରୀ ସାହାଯ୍ୟ ଓ ସହାୟତା ପାଇଲେ ଏହି ଆଦିବାସୀ ଗରୀବ ମେଧାବୀ ଛାତ୍ରୀଟିର ଆଶା ଓ ଆକାଂକ୍ଷା ପୂରଣ ହୋଇପାରନ୍ତା ।