Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁଖା ନାଟକର ସ୍ରଷ୍ଟା ଡ.ମଙ୍ଗଳୁ ଚରଣ ବିଶ୍ବାଳଙ୍କ ୯୦ତମ ଜୟନ୍ତୀ ପାଳନ

ସମ୍ବଲପୁର :ଓଡିଶା ସାଂସ୍କୃତିକ ସମାଜ, ସମ୍ବଲପୁର ଓ ଓଡିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ବର ମିଳିତ ଆନୁକୁଲ୍ୟରେ ଡ.ମଙ୍ଗଳୁ ଚରଣ ବିଶ୍ଵାଳଙ୍କ ନବେ ତମ ଜୟନ୍ତୀ ପାଳନ କରାଯାଇଛି l ଡ. ପରେଶ ଚନ୍ଦ୍ର ଦାନୀ ଙ୍କ ସଭାପତିତ୍ବ ଭାଷଣରେ କହିଥିଲେ ସମ୍ବଲପୁରୀ କଳା, ସଂସ୍କୃତି, ପରମ୍ପରାକୁ ନୂଆ ପିଢି ମଧ୍ୟରେ ଜାଗ୍ରତ କରିବା ପାଇଁ ଏଇ ମାଟିର ମହାନ ପ୍ରତିଭା ମଙ୍ଗଳୁ ଚରଣ ବିଶ୍ଵାଳଙ୍କ ନବେ ତମ ଜୟନ୍ତୀ ପାଳନ କରି ବହୁତ ଖୁସି ଅନୁଭବ କରିଛି l ସମ୍ପାଦକ ଶ୍ରୀ ଦୀନବନ୍ଧୁ ପଣ୍ଡା ସମସ୍ତଙ୍କୁ ସ୍ଵାଗତ କରି ଓଡିଶା ସାଂସ୍କୃତିକ ସମାଜ ର ଆଭିମୁଖ୍ୟ ଏ ଅଞ୍ଚଳର ନୂଆଁ ନୂଆଁ ପ୍ରତିଭା ମାନଙ୍କୁ ସମ୍ମାନିତ କରି ତାଙ୍କୁ ପ୍ରୋତ୍ସାହିତ କରିବ। ମୁଖ୍ୟ ବକ୍ତା ଡ. ଗୌରୀଦାସ ପ୍ରଧାନ ପ୍ରଖ୍ୟାତ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ଵାଳଙ୍କ କୃତି ଉପରେ ଆଲୋକପାତ କରି, ତାଙ୍କ ସାହିତ୍ୟରେ ନିଜ ଅଞ୍ଚଳର ଛବିକୁ ପ୍ରସ୍ଫୁଟିତ କରି ପାଠକକୁ ନିଜକୁ ଉପଲବଧି କରିପାରିଛନ୍ତି l ମୁଖ୍ୟ ଅତିଥି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢି, ପୂର୍ବତନ କୁଳପତି, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ତାଙ୍କ ଅଭିଭାଷଣରେ ଏପରି କାର୍ଯକ୍ରମ ପାଇଁ ଓଡିଶା ସାଂସ୍କୃତିକ ସମାଜ କୁ ଧନ୍ୟବାଦ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଭୁଖା ନାଟକର ଇଂରାଜି ଅନୁବାଦ କରିଥିବା ଡ. ନିର୍ଝରିଣୀ ତ୍ରିପାଠୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ନାଟକର ନାୟକ ତଥା ନାୟିକା ଭୂମିକାରେ ଅଭିନୟ କରିଥିବା ଶ୍ରୀ ଉତ୍ତମ କୁମାର ବେହେରା ଓ ଶ୍ରୀମତୀ ପ୍ଲାବିନି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହ। ସହିତ ଅଭିନେତା ଡ. ଦ୍ଵାରିକାନାଥ ନାୟକ, ଡ. ଶ୍ୟାମ ସୁନ୍ଦର ଧର, ଶ୍ରୀ ନରେନ୍ଦ୍ର ପ୍ରକାଶ ରାୟଗୁରୁ ଓ ଗାୟକ ଶ୍ରୀ ନବ କିଶୋର ମହତ୍ତମଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା l ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଶାସ୍ତ୍ରୀୟ ନୃତ୍ୟରେ କୃତିତ୍ଵ ଅର୍ଜନ କରିଥିବା ସୁଶ୍ରୀ ପ୍ରିସା ମିଶ୍ର ଓ ତୀରନ୍ଦାଜ କ୍ଷେତ୍ରରେ ଜାତୀୟ କ୍ଷେତ୍ରରେ କୃତିତ୍ଵ ଅର୍ଜନ କରିଥିବା ଶ୍ରୀ ଅର୍ଣ୍ଣବ କୁମାର ଦେହୁରୀଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯାଇଥିଲା ଓ ସୁଶ୍ରୀ ପ୍ରିସା ମିଶ୍ର ଭାରତ ନାଟ୍ୟମ ନୃତ୍ୟ ପରିବେଷଣ କରିଥିଲେ।ଡ. ମଙ୍ଗଳୁ ଚରଣ ବିଶ୍ଵାଳଙ୍କ ଦ୍ଵାରା ପ୍ରତିଷ୍ଠିତ ସମ୍ବଲପୁରୀ ସାହିତ୍ୟ ପତ୍ରିକା ଉଦିଆଁ ସଂଖ୍ଯା ୨୩ ର ଉନ୍ମୋଚନ କରାଯାଇଥିଲା l ଶେଷରେ ଯୁଗ୍ମ ସମ୍ପାଦକ ଶ୍ରୀ ଲଳିତ ମୋହନ ବେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ