ଓଡ଼ିଶା ଡଟ୍ ନ୍ୟୁଜ୍: ଦୀଘା ଜଗନ୍ନାଥ ମନ୍ଦିରକୁ ଶ୍ରୀମନ୍ଦିରରୁ ବଳକା ଦାରୁରେ ବିଗ୍ରହ ନିର୍ମାଣ କରାଯାଇ ନିଆଯିବା ବିବାଦ । ଆସିଲା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବଡ଼ ବୟାନ । ମନ୍ତ୍ରୀ କହିଛନ୍ତି ଶ୍ରୀମନ୍ଦିରରୁ ଯାଇନି ବଳକା ଦାରୁ କାଠ । ବଳକା ଦାରୁ କାଠରେ ବିଗ୍ରହ ତିଆରି ହେବା ଖବର ସମ୍ପୂର୍ଣ୍ଣ ମିଛ ।
ଦୀଘା ଜଗନ୍ନାଥ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ବଳକା ଦାରୁରେ ହୋଇ ନାହିଁ ବରଂ ନିମ କାଠରେ ବିଗ୍ରହ ତିଆରି ହୋଇଛି । ଏହି ବିଗ୍ରହ ଭୁବନେଶ୍ବରରୁ ତିଆରି ହୋଇ ଦୀଘା ଯାଇଛି ବୋଲି ଆଇନ୍ ମନ୍ତ୍ରୀ କହିଛନ୍ତି । ସେବାୟତଙ୍କ ବୟାନକୁ ନେଇ ମଧ୍ୟ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଶ୍ରୀମନ୍ଦିର ସେବାୟତ ଅନ୍ୟ କେଉଁଠି ପୂଜା କରିବା ନେଇ ବିଧି ନାହିଁ । ସେବକମାନେ ଗଣମାଧ୍ୟମକୁ ଆସି ପୂଜା ବିଧି ବିଷୟରେ ଯାହା ମନ୍ତବ୍ୟ ରଖୁଛନ୍ତି, ସେଥିପାଇଁ ମାର୍ଗଦର୍ଶିକା ଆସିବ ।
ସେହିପରି ଦଇତାପତି ନିଯୋଗ ସଭାପତି ଯେଉଁ ବୟାନ ଦେଇଥିଲେ, ତାହା ସ୍ଲିପ୍ ଅଫ୍ ଟଙ୍ଗ ବୋଲି ଖୋଦ୍ ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି । ଭୁବେନେଶ୍ୱରରେ ସୁଦର୍ଶନ ମହାରଣା ପାଖରୁ ତିଆରି କରି ନେଇ ସେ ଲିଖିତ ଜଣାଇଛନ୍ତି । ଭୁବନେଶ୍ୱରରେ ଲିମ୍ବ କାଠରେ ମୂର୍ତ୍ତି ତିଆରି କରିକି ଦେଇଛନ୍ତି ବୋଲି ମହାରଣା ମଧ୍ୟ ସ୍ୱୀକାର କରିଛନ୍ତି ।
ଦୀଘା ଜଗନ୍ନାଥ ମନ୍ଦିରକୁ ଯାଇନି ଶ୍ରୀମନ୍ଦିର ଦାରୁ କାଠ
