Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଏସଏସସି ପରୀକ୍ଷା ରଦ୍ଦ, ଜୁଲାଇ ୬ରେ ପୁଣି ପରୀକ୍ଷା

ଓଡ଼ିଶା ଡଟ୍ ନ୍ୟୁଜ୍: ଓଏସଏସସି ପରୀକ୍ଷା ରଦ୍ଦ । ଏପ୍ରିଲ ୨୭ ତାରିଖରେ ହୋଇଥିବା ପରୀକ୍ଷା ରଦ୍ଦ । ଓଏସଏସସି ପକ୍ଷରୁ ସୋମବାର ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରି ଘୋଷଣା କରାଯାଇଛି । ପରିଚାଳନାଗତ ତ୍ରୁଟି ଯୋଗୁଁ ପରୀକ୍ଷାକୁ ରଦ୍ଦ କରାଯାଇଛି ।

ଜୁଲାଇ ୬ ତାରିଖରେ ସାନି ପରୀକ୍ଷା ହେବ ବୋଲି ନୋଟିସ ଜାରି ହୋଇଛି । ୨୭ ତାରିଖରେ ହୋଇଥିବା ପରୀକ୍ଷାରେ ପାଠ୍ୟକ୍ରମ ବାହାରୁ ବହୁ ପ୍ରଶ୍ନ ପଡ଼ିଥିଲା । ଯାହାକୁ ନେଇ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ପରୀକ୍ଷା ରଦ୍ଦ ପାଇଁ ଦାବି ହୋଇଥିଲା । ଏ ନେଇ ଓଏସଏସସି ପକ୍ଷରୁ ପରୀକ୍ଷାର୍ଥୀମାନଙ୍କ ମତାମତ ଲୋଡ଼ା ଯାଇଥିଲା । ତାହାକୁ ଆଧାର କରି ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ