Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ଅପରେସନ ସିନ୍ଦୂର’କୁ ନେଇ ଟ୍ରମ୍ପଙ୍କ ପ୍ରତିକ୍ରିୟା; ମୁଁ ଜାଣିଥିଲି ଏମିତି ହେବ…

ନୂଆଦିଲ୍ଲୀ: ଆଜି ମଧ୍ୟରାତ୍ରିରୁ ଭାରତ ଆତଙ୍କବାଦ ବିରୁଦ୍ଧରେ ‘ଅପରେସନ ସିନ୍ଦୂର’ ଆରମ୍ଭ କରିଛି। ପାକିସ୍ତାନର ୯ଟି ସ୍ଥାନରେ ଏୟାର ଷ୍ଟ୍ରାଇକ କରାଯାଇଛି। ଭାରତ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିଛି। ଭାରତର ଏହି ପ୍ରତିଆକ୍ରମଣ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି।

ଟ୍ରମ୍ପ କହିଛନ୍ତି ଯେ ମୁଁ ଆଶା କରୁଛି ଏହା ଖୁବ୍ ଶୀଘ୍ର ଶେଷ ହେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ‘ଏହା ଘଟୁଛି।’ ଆମେ ଓଭାଲ୍ ଅଫିସ୍ ଯାଉଥିଲୁ, ସେତେବେଳେ ଆମେ ଏହା ବିଷୟରେ ଶୁଣିଲୁ। ମୁଁ ଭାବୁଛି ଲୋକମାନେ ଜାଣିଥିଲେ ଯେ କିଛି ଘଟିବାକୁ ଯାଉଛି କାରଣ ସେମାନେ ଅତୀତର କିଛି ଘଟଣା ବିଷୟରେ ଜାଣିଥିଲେ। ସେମାନେ ବହୁତ ଦିନ ଧରି ଲଢ଼େଇ କରିଆସୁଛନ୍ତି। ମୁଁ ଆଶା କରୁଛି ଏହା ଶୀଘ୍ର ଶେଷ ହେବ।

ୱାଶିଂଟନ୍ ଡିସିରେ ଥିବା ଭାରତୀୟ ଦୂତାବାସରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ପାକିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ ପରେ ତୁରନ୍ତ ଭାରତର ଏନଏସଏ ଅଜିତ ଡୋଭାଲ ଆମେରିକାର ଏନଏସଏ ଏବଂ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ କଥା ହୋଇ କାର୍ଯ୍ୟାନୁଷ୍ଠାନ ବିଷୟରେ ଅବଗତ କରାଇଥିଲେ। ଆପଣଙ୍କୁ କହିରଖୁଛୁ ଯେ ଆମେରିକା ମଧ୍ୟ ଆତଙ୍କବାଦ ବିରୁଦ୍ଧରେ ଭାରତକୁ ସମର୍ଥନ କରିବା ବିଷୟରେ କଥା ହୋଇଥିଲା। ଇସ୍ରାଏଲ ଏବଂ କତାର ସମେତ ଅନେକ ଦେଶ ଭାରତର ଆତଙ୍କବାଦ ବିରୋଧରେ ଲଢ଼େଇକୁ ସମର୍ଥନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ