Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଓକେରେ ନିହତ ଆତଙ୍କବାଦୀଙ୍କ ଅନ୍ତିମ ଯାତ୍ରାରେ ପାକିସ୍ତାନୀ ସେନା, ପୋଲିସ ଓ ଆଇଏସଆଇର ଅଫିସର ଏକାଠି

ପାକିସ୍ତାନୀ ଆତଙ୍କବାଦୀଙ୍କ ଉପରେ ଭାରତ ଯଦିଓ ଏୟାରଷ୍ଟ୍ରାଇକ୍ କରିଛି କିନ୍ତୁ ପାକ୍ ସେନା ମନାଉଛି ଶୋକ। ଭାରତ ବିରୋଧରେ ଆତଙ୍କବାଦୀଙ୍କୁ ବ୍ୟବହାର କରୁଥିବା ପାକିସ୍ତାନର ପୁଣିଥରେ ବୁଧବାର ମୁଖା ଖୋଲିଛି। ପିଓକେରେ ନିହତ ଆତଙ୍କବାଦୀଙ୍କ ଅନ୍ତିମ ଯାତ୍ରାରେ ପାକିସ୍ତାନୀ ସେନା, ପୋଲିସ ଓ ଆଇଏସଆଇର ଅଫିସର ଏକାଠି ହୋଇଥଲେ।ଏହି ସମୟରେ ଭାରତ ବିରୋଧି ନାରାବାଜି ମଧ୍ୟ କରିଥିଲେ।

ଭାରତ ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେଇଛି। ମଙ୍ଗଳବାର ଅଧା ରାତିରେ ଆରମ୍ଭ କରିଥିଲା ‘ଅପରେସନ୍ ସିନ୍ଦୂର’। ୯ ଆତଙ୍କୀ ଆଡ୍ଡା ଉପରେ ହୋଇଥିଲା ମିସାଇଲ ବର୍ଷା।ଏହି ଆକ୍ରମଣରେ ପ୍ରାୟ ୧୦୦ରୁ ଅଧିକ ଆତଙ୍କୀଙ୍କ ମୃତ୍ୟୁ ହୋଇଛି। ଭାରତୀୟ ବାୟୁସେନାର ଫାଇଟର ବିମାନ ନିଜ ଏୟାରସ୍ପେସ୍ରେ ରହି ପାକିସ୍ତାନର ବହାଓ୍ବଲପୁର ଓ ମୁରିଦକେରେ ମଧ୍ୟ ମିସାଇଲ ମାଡ଼ କରିଥିଲା।

ଏହି ମିସାଇଲକୁ ବହାଭଲପୁରରେ ଜୈଶ-ଇ-ମହମ୍ମଦ ଓ ମୁରିଦକେରେ ଥିବା ଲସ୍କର-ଇ-ତୋଇବାର ଆଡ୍ଡାକୁ ନଷ୍ଟ କରିବାକୁ ଗାଇଡ୍ କରାଯାଇଥିଲା। ଏୟାରଷ୍ଟ୍ରାଇକ୍ରେ ଲସ୍କର ଓ ଜୈଶର ଆଡ୍ଡା ମାଟିରେ ମିଶିଯାଇଛି। ଜୈଶର ମୁଖ୍ୟ ମାସୁଦ ଆଝାର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ କବର ଆଗରେ ପାକ୍ ସେନା ଅଫିସର ମୁଣ୍ଡ ନୁଆଁଇ ଠିଆ ହୋଇଛନ୍ତି। ନ୍ୟୁଜ ଏଜେନ୍ସି ‘ଏପି’ ଏହାର କିଛି ଫଟୋ ଜାରି କରିଛି। ଏହାର କ୍ୟାପସନ୍ରେ ଲେଖିଛି ମୁରିଦକେରେ ହୋଇଥିବା ହମଲାରେ ମୃତ ଲୋକଙ୍କ ଅନ୍ତିମ ଯାତ୍ରାରେ ପାକିସ୍ତାନୀ ସୈନିକ ସାମିଲ ହୋଇଛନ୍ତି। ଉଲ୍ଲେଖନୀୟ ଯେ, ପାକିସ୍ତାନୀ ସେନା ଓ ଆତଙ୍କୀଙ୍କ ଭିତରେ ଖୁବ୍ ଘନିଷ୍ଠ ସମ୍ପର୍କ ରହିଛି। ଦୁହେଁ ପରସ୍ପରର ପରିପୂରକ। ଏଭଳି ସ୍ଥିତିରେ ଭାରତର ଏଭଳି ପ୍ରହାର ଦ୍ବାରା ସେନାକୁ କଷ୍ଟ ହେବା ଏକ ସ୍ବାଭାବିକ କଥା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ