ଓଡ଼ିଶା ଡଟ୍ ନ୍ୟୁଜ୍: ରାଜ୍ୟ କ୍ୟାବିନେଟରେ ୫ଟି ବିଭାଗର ୮ଟି ପ୍ରସ୍ତାବକୁ ମଞ୍ଜୁରୀ । ଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍ ସେବା । ସେହିପରି ମୁଖ୍ୟମନ୍ତ୍ରୀ ଯୋଜନା ମଧ୍ୟ ଆରମ୍ଭ ହେବ ।
ରାଜ୍ୟରେ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ବସ୍ ସେବାରେ ମହିଳା, ଟ୍ରାନ୍ସ ଜେଣ୍ଡରଙ୍କୁ ମିଳିବ ୫୦ ପ୍ରତିଶତ ରିହାତି । ଛାତ୍ର, ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କୁ ମଧ୍ୟ ମିଳିବ ସମାନ ରିହାତି। ଏହି ପ୍ରସ୍ତାବ ସମେତ ୫ଟି ବିଭାଗର ୮ଟି ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଏକ ହଜାର କୋଟି ବ୍ୟୟରେ ୫୦୦ କିଲୋମିଟର ନୂତନ ରାସ୍ତା ନିର୍ମାଣ ହେବ । ନିର୍ବାଚନ ମଣ୍ଡଳିରେ ଥିବା ସଡ଼କ ନିର୍ମାଣ ଓ ମରାମତି ଏବଂ ନିର୍ବାଚନ ମଣ୍ଡଳି ଅର୍ଥ ବ୍ୟବସ୍ଥା ନାଁରେ ନୂତନ ଯୋଜନାକୁ ମଞ୍ଜୁରୀ ମିଳିଛି । ପ୍ରାଣୀ ଚିକିତ୍ସା ବୈଷୟିକ ସେବା ନିୟମ ଏବଂ ପ୍ରାଣୀ ଚିକିତ୍ସା ବୈଷୟିକ ସେବା କ୍ୟାଡରରେ ୧୧୩ ନୂତନ ପଦବୀ ସୃଷ୍ଟି କରିବା ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି ।
ସେହିପରି ଫ୍ୟାମିଲ ପେନସନ ବ୍ୟାବସ୍ଥା ପୂର୍ବରୁ ଅବିବାହିତ ଝିଅ ପାଇଁ ଥିଲା । ଏବେ ଏଥିରେ ସଂଶୋଧନ କରାଯାଇଛି । ଯଦି ଦିବ୍ୟାଙ୍ଗ ଝିଅ ହୋଇଥିବେ, ତା’ର ବାହାଘର ସରିଛି, ତଥାପି ପେନସନ ପାଇପାରିବେ । ପରିବାରର ଆୟ ୫ ଲକ୍ଷରୁ କମ ଥିଲେ ଭିନ୍ନକ୍ଷମ ଝିଅ ବିବାହ ପରେ ମଧ୍ୟ ଏହାର ଲାଭ ପାଇ ପାରିବେ ।