Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୈସଲମେରରେ ପାକିସ୍ତାନୀ ବିମାନ F-16କୁ ଖସାଇଲା ଭାରତୀୟ ସେନା; ପାଇଲଟଙ୍କୁ ଜୀବନ୍ତ କାବୁ

ଭାରତୀୟ ସୁରକ୍ଷାବଳ ଜଣେ ପାକିସ୍ତାନି ପାଇଲଟଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଛନ୍ତି। ଏହି ପାଇଲଟ ଜଣଙ୍କୁ ରାଜସ୍ଥାନର ଜୈସଲମେର ଅଞ୍ଚଳରୁ ଗିରଫ କରାଯାଇଛି। ତେବେ ଉକ୍ତ ପାଇଲଟ ଜଣଙ୍କର ପରିଚୟ ଏଯାଏ ମିଳି ନଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ପାଇଲଟ ଜଣଙ୍କ ଭାରତୀୟ ସେନା ହେପାଜତରେ ଥିବା ନେଇ ଖବର ପ୍ରକାଶ ପାଇଛି।

ଅନୁମାନ ମୁତାବକ ଉକ୍ତ ପାଇଲଟ ଜଣଙ୍କ ଏକ F-16 ଫାଇଟର ପ୍ଲେନ ଉଡାଉଥିଲେ।

ଭାରତ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପଗତ ଗୁରୁବାର ଅପରେସନ ସିନ୍ଦୁର ଜରିଆରେ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ୯ଟି ଆତଙ୍କବାଦୀ ଶିବିର ଉପରେ ସଠିକ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ପାକିସ୍ତାନର କେତେକ ଫାଇଟର ଜେଟ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଏହାର ଜବାବରେ ପାକିସ୍ତାନ ଆଜି ସନ୍ଧ୍ୟା ପରେ ଭାରତ ଉପରେ ମିଶାଇଲ ଆକ୍ରମଣ କରିଥିଲା। ଯାହାକୁ ଭାରତର S-400 ପ୍ରତିରକ୍ଷା ପ୍ରଣାଲି ପଣ୍ଡ କରିଦେଇଥିଲା। ଏହାର କିଛି ସମୟ ପରେ ପାକିସ୍ତାନର ପାଇଲଟକୁ ଗିରଫ କରାଯାଇଥିଲା। ଉକ୍ତ ପାଇଲଟ ଜଣକ ବିମାନ କ୍ରାସ କରିବା ପୂର୍ବରୁ ଇଜେକ୍ଟ କରିଦେଇଥିଲେ ବୋଲି ସୂଚନା ମିଳିଛି। ପୋଖରାନ ଅଞ୍ଚଳରେ ମୁତୟନ ଥିବା ସେନା କର୍ମଚାରୀମାନଙ୍କ ଦ୍ୱାରା ଉକ୍ତ ପାଇଲଟଙ୍କୁ ହେପାଜତକୁ ନିଆଯାଇଥିବା ଜଣାପଡିଛି।

ଏହି ବିଷୟରେ ବହୁ ଜଲଦି ଆଧିକାରୀକ ସ୍ତରରେ ସୂଚନା ସାମ୍ନାକୁ ଆସିବ ବୋଲି ଆଶା ରହିଛି। ଭାରତ ମେ ୮ ତାରିଖ ଦିନ ପାକିସ୍ତାନ କରିଥିବା ସମସ୍ତ ଆକ୍ରମଣକୁ ପଣ୍ଡ କରିଦେଇଛି। ଭାରତ ବହୁ ଜଲଦି ପାକିସ୍ତାନ ବିପକ୍ଷରେ ଏକ ବଡ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି ବୋଲି ସୂତ୍ରରୁ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ