Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ୟୁନିଅନ ବ୍ୟାଙ୍କ ସୋନପୁର ଶାଖା ପକ୍ଷରୁ କୃଷି ପ୍ରଚାର ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସକାଳ ୧୦ ଘଟିକା ସମୟରେ ସାହା ଗେଷ୍ଟ ହାଉସରେ ୟୁନିଅନ ବ୍ୟାଙ୍କ୍ ଅଫ ଇଣ୍ଡିଆ ର ସୋନପୁରରେ ଥିବା ଦୁଇ ଶାଖା ଦ୍ଵାରା କୃଷି ପ୍ରଚାର ଶିବିର ର ଆୟୋଜନ କରାଯାଇଥିଲା। ଏଥିରେ ଅତିଥି ଭାବେ ଉପ ଆଞ୍ଚଳିକ ପ୍ରମୁଖ ସରୋଜ କୁମାର ମହାନ୍ତି, ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିଶ୍ୱଜିତ୍ ପରିଡ଼ା, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଦୁର୍ଗା ପ୍ରସାଦ ତ୍ରିପାଠୀ, ନାବାର୍ଡ ଜିଲ୍ଲା ଉନ୍ନୟନ ପରିଚାଳକ ସତ୍ୟ ସ୍ୱରୂପ ବେଦାନ୍ତ, ଏଫ୍ଏଲସିସି ଦିଲ୍ଲୀପ କୁମାର ମିଶ୍ର, ବ୍ଲକ ପ୍ରକଳ୍ପ ସଂଯୋଜକ ମିଶନ ଶକ୍ତି ସଚିଦାନନ୍ଦ ବୁଡେକ୍ ଯୋଗ ଦେଇଥିଲେ। ଏହି ଶିବିର ରେ ୟୁନିଅନ୍ ବ୍ୟାଙ୍କ୍ ଅଫ ଇଣ୍ଡିଆ ତରଫରୁ ବ୍ୟାଙ୍କ୍ ରେ ଉପଲବ୍ଧ ଥିବା ବିଭିନ୍ନ କୃଷି ଭିତ୍ତିକ ଯୋଜନା ଯେପରି କିଷାନ କ୍ରେଡିଟ କାର୍ଡ, ସ୍ଵୟଂ ସହାୟକ ଗୋଷ୍ଠୀ ଋଣ, ପ୍ରାଣୀ ସମ୍ପଦ ଭିତ୍ତିକ ଋଣ (କୁକୁଡ଼ା ପାଳନ, ଗାଈ ପାଳନ, ଛେଳି ଓ ମେଣ୍ଢା ପାଳନ), କୃଷି ଯନ୍ତ୍ରପାତି ଏବଂ ଉପକରଣ ଋଣ, ଏଗ୍ରୀ ଏନ୍ଫ୍ରାଷ୍ଟ୍ରକଚର ଫଣ୍ଡ (କୃଷୀ ଭିତ୍ତି ଭୂମି ଅନୁଦାନ) ଋଣ ବିଷୟରେ ଲୋକମାନଙ୍କୁ ଅବଗତ କରାଯାଇଥିଲା। ଏଥିରେ ନଅ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ୯୦ ଲକ୍ଷ ଟଙ୍କା ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା। କୃଷି ଯନ୍ତ୍ରପାତି କ୍ରୟ କରିବା ପାଇଁ ମଧ୍ଯ ୧୦ ଲକ୍ଷ ଟଙ୍କାର ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ସୋନପୁର ଶାଖା ପରିଚାଳକ ଅଭିଳାଷ ଗୁରୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ