Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିମ୍‌ସାର୍‌ରେ ପୁଣି ରାଗିଂ ଅଭିଯୋଗ

ସମ୍ବଲପୁର: ବୁର୍ଲା ଭିମ୍‌ସାର୍‌ରୁ ଆସିଛି ପୁଣି ଏକ ରାଗିଂ ଅଭିଯୋଗ। ଭିମ୍‌ସାର୍‌ର ପ୍ରଥମ ବର୍ଷର ପିଜି ଡାକ୍ତରୀ
ଗୋଡ଼ାଇଥିଲେ। ସେଠାରେ ଉପସ୍ଥିତ ଅନ୍ୟଛାତ୍ର ମାନେ ଉଭ୍ୟକ୍ତ ଛାତ୍ରକୁ କାବୁ କରିଥିଲେ। ଏହି ଘଟଣାକୁ ନେଇ ପ୍ରଥମ ଛାତ୍ର ଙ୍କୁ ଜଣେ ଦ୍ଵିତୀୟ ବର୍ଷ ର ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି। କ୍ୟାଣ୍ଟିନକୁ ଖାଇବାକୁ ଯାଇଥିବା ସମୟରେ ଦ୍ଵିତୀୟ ବର୍ଷର ଛାତ୍ର ଜଣଙ୍କ ଛୁରି ଧରି ଆକ୍ରମଣ ଉଦ୍ୟମ କରିଥିଲେ। ହେଲେ ଅଭିଯୋଗକାରୀ ଦୌଡ଼ି ପଳାଇଯିବାରୁ ଅଳ୍ପକେ ବର୍ତି ଯାଇଥିଲେ। ଏ ନେଇ ଗତକାଲି ଆଣ୍ଟି ରାଗିଂ ସେଲ୍‌ରେ ପୀଡ଼ିତ ଛାତ୍ରଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। ଏ ନେଇ ଆଜି ଭିମ୍‌ସାର୍ ଡିନ୍‌ଙ୍କ ଅଧ୍ୟକ୍ଷତାରେ ଆଣ୍ଟିରାଙ୍ଗି ସେଲ୍‌ର ବୈଠକ ବସିଥିଲା ।
ସୂଚନା ଅନୁସାରେ, ଝାରସୁଗୁଡ଼ାର ଜଣେ ଯୁବକ ବୁର୍ଲା ଭିମ୍‌ସାର୍ ପିଜି ହଷ୍ଟେଲ୍‌ରେ ରହି ପାଥୋଲୋଜି ବିଭାଗରେ ପିଜି ପ୍ରଥମ ବର୍ଷରେ ପାଠ ପଢୁଛନ୍ତି। ଗତକାଲି ରାତି ପ୍ରାୟ ୮ଟା ସମୟରେ ସେ ୭ନଂ ହଷ୍ଟେଲ୍‌ କ୍ୟାଣ୍ଟିନକୁ ଖାଇବାକୁ ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ପିଜି ଦ୍ଵିତୀୟ ବର୍ଷର ଜଣେ ଡାକ୍ତରୀ ଛାତ୍ର ତାଙ୍କୁ ଦେଖି ‘କାହିଁକି ଏଠାକୁ ଆସିଛୁ’ ବୋଲି କହି ଗାଳିଗୁଲଜ କରିଥିଲେ। ଏଥିସ‌ହିତ ତାଙ୍କୁ ଆକ୍ରମଣ କରିବା ପାଇଁ ଏକ ଛୁରି ଧରି ଗୋଡ଼ାଇଥିଲେ।ଛାତ୍ର ଜଣକ ଭିମ୍‌ସାର୍ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ ୮ ତାରିଖ ଆଣ୍ଟିରାଗିଂ କମିଟିର ବୈଠକ ବସିଥିଲା।
ଏହି ବୈଠକରେ ପୀଡ଼ିତ ଛାତ୍ରକୁ ଦୋଷ ଦେବାକୁ ଷଡ଼ଯନ୍ତ୍ର କରାଯାଇଥିବା ନେଇ ଅଭିଯୋଗକାରୀଙ୍କ ବାପା ସାଂଘାତିକ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ବୈଠକକୁ ଆକ୍ରମଣ କରିଥିବା ଯୁବକଙ୍କୁ ଡକାଯାଇନଥିଲା। ହେଲେ ମୋ ପୁଅକୁ ଡାକି କର୍ତ୍ତୃପକ୍ଷ ପ୍ରଶ୍ନ କରିଥିଲେ। ତମେ କାହିଁକି ସେଠାକୁ ଖାଇବାକୁ ଯାଇଥିଲ ବୋଲି ପ୍ରଶ୍ନ କରିଥିଲେ। ଭିମ୍‌ସାର କର୍ତ୍ତୃପକ୍ଷ ଏହା କିଭଳି ନ୍ୟାୟ ବିଚାର କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ପୂର୍ବରୁ ମଧ୍ୟ ଏହି ଯୁବକ ମୋ ପୁଅକୁ ରାଗିଂ କରିଥିଲେ। କିନ୍ତୁ ପ୍ରଥମ ଥର ଏହାକୁ ଆମେ ଅଣଦେଖା କରିଥିଲୁ ।କିନ୍ତୁ ସେ ଏବେ ଛୁରି ନେଇ ଆକ୍ରମଣ ପାଇଁ ଉଦ୍ୟମ କରିଛି। ଏ ନେଇ ଭିମ୍‌ସାର୍ ଅଧ୍ଯକ୍ଷ ପ୍ରଫେସର ଡା.ପ୍ରଦୀପ କୁମାର ମହାନ୍ତିଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ