ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟ ବାଣିଜ୍ୟରେ ଟପ୍ ଟେନ୍ ରେଙ୍କ ଆଣିଛନ୍ତି ଅରବିନ୍ଦ ବଡ଼ପଣ୍ଡା।ଏହି ଗୌରବ ଆଣିବାରେ ସଫଳ ହୋଇଛନ୍ତି ଯୁଯୁମୁରା ବ୍ଲକ ବାହାମ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଲିଆପାଲି ଗ୍ରାମର ଅରବିନ୍ଦ ବଡ଼ପଣ୍ଡା। ଅରବିନ୍ଦ +୩ ବାଣିଜ୍ୟ ବିଭାଗରେ ବରଗଡ଼ ବିକାଶ ଡିଗ୍ରୀ କଲେଜରେ ପଢୁଥିଲେ। ତେବେ ସେ ଗତ ପରୀକ୍ଷାରେ ୮୨ ପ୍ରତିଶତ ମାର୍କ ହାସଲ କରି ୮.୭୫ ସିଜିପିଏ ରେଙ୍କ ରଖି ଟପ୍ ଟେନରେ ରହିଛନ୍ତି। ଅରବିନ୍ଦ ଖଲିଆପାଲି ଗ୍ରାମର ଶ୍ରୀମତୀ ଭାଗ୍ୟସିନି ବଡ଼ପଣ୍ଡା ଓ ଶ୍ରୀ ସନ୍ତୋଷ ବଡ଼ପଣ୍ଡାଙ୍କ ଏକମାତ୍ର ପୁତ୍ର ଅଟନ୍ତି। ତାଙ୍କର ଏହି କୃତିତ୍ୱ ପାଇଁ ତାଙ୍କୁ ଶୁଭେଚ୍ଛା ର ସୁଅ ଛୁଟୁଛି। ଖଲିଆପାଲି ଓ ପଡ଼ିଆବାହାଲ ତଥା ବାହାମ ପଞ୍ଚାୟତରେ ଖୁସିର ଲହରୀ ଖେଳିଯାଇଛି। ଅରବିନ୍ଦ ତାଙ୍କର ଏହି କୃତିତ୍ୱ ପାଇଁ ତାଙ୍କ ବାପା ଓ ମାଆଙ୍କୁ ଶ୍ରେୟ ଦେଇଛନ୍ତି।
ସମ୍ବଲପୁର ବିଶ୍ୱବିଦ୍ୟାଳୟ ବାଣିଜ୍ୟ ଟପ୍ ଟେନରେ ଅରବିନ୍ଦ
