Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁର୍ଲା ହାଇ ସ୍କୁଲ୍ ପ୍ଳାଟିନମ୍ ଜୁବୁଲି ର ସମୀକ୍ଷା ବୈଠକ

ସମ୍ବଲପୁର: ୨୦୨୪ ମସିହା ଡିସେମ୍ବର ୧୪ ଓ ୧୫ ତାରିଖ ରେ ଆୟୋଜିତ ବୁର୍ଲା ହାଇସ୍କୁଲ ପଲାଟିନମ୍ ଜୁବୁଲି ର ସମୀକ୍ଷା ବୈଠକ ତା ୧୦.୫.୨୫ ରିଖ ଶନିବାର ଦିନ ବୁର୍ଲା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ପୁର୍ବତନ ଛାତ୍ର ସଂଘର ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ରେ ଜୁବୁଲି କମିଟି ର ଅଧ୍ୟକ୍ଷ ରାଜକିଶୋର ଜାଜୋଡିଆ ଆୟ ବ୍ୟୟ ର ବିଷଦ ବିବରଣୀ ଉପସ୍ଥାପନ କରିଥିଲେ । ଏହି ସମାବେଶରେ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଆଚାର୍ଯ୍ୟ ଉପସଭାପତି ସୁରେଶ ପଣ୍ଡା ସମ୍ପାଦକ ଦେବାଶିଷ ନନ୍ଦ ଯୁଗ୍ମ ସମ୍ପାଦକ ରଶ୍ମିରଞ୍ଜନ ଶତପଥୀ କୋଷାଧ୍ୟକ୍ଷ ନୟନ କୁମାର ନାୟକ କାର୍ଯ୍ୟାଳୟ ସମ୍ପାଦକ ଅନୁପ ପଣ୍ଡା କାର୍ଯ୍ୟନିର୍ବାହୀ ସଭାପତି ସୁରିନ୍ଦର୍ସିଂହ କାବଲି ଉପଦେଷ୍ଟା ଡ଼ଃ ବିଜୟ କୃଷ୍ଣ ତ୍ରିପାଠି ଦେବେନ୍ଦ୍ର କପାନି ପ୍ରଦ୍ୟୁମ୍ନ ମିଶ୍ର ଲକ୍ଷ୍ମୀ ମହାନ୍ତି ଦିପ୍ତୀକାନ୍ତ ଠାକୁର ସୁଶାନ୍ତ ଗୁରୁ ପ୍ରଦୀପ ମିଶ୍ର ଦୀପେନ ପଟ୍ଟନାୟକ ପ୍ରଭାତ ପଟ୍ଟନାୟକ ହରିଶ ବାଲି ରଜନି କାନ୍ତ ନାଗ ସୁଧୀର ମହାରଣା ପ୍ରମୋଦ ଦାଶ ଗୋବର୍ଦ୍ଧନ ଗୌଡ଼ ଡ଼ା ଦେବେନ୍ଦ୍ର ମହାଳିକ ଅଶ୍ୱିନୀ ଚୌଧୁରୀ ଶିବ ଦଳାଇ ଙ୍କ ସହିତ ଦୀପେନ୍ ପଟ୍ଟନାୟକ ସୁଶାନ୍ତ ଗୁରୁ ପ୍ରଦ୍ୟୁମ୍ନ ମିଶ୍ର ଲକ୍ଷ୍ମୀ ମହାନ୍ତି ଧୁର୍ବପଣ୍ଡା ପ୍ରଭାତ ପଟ୍ଟନାୟକ ଦିପ୍ତୀ ଠାକୁର ହରିଶ ବାଲି ପ୍ରମୋଦ ଦାଶ ସୁଧୀର ମହାରଣା ଗୋବର୍ଦ୍ଧନ ଗୌଡ଼ ଡ଼ା ଦେବେନ୍ଦ୍ର ମହାଲିକ ଅଶ୍ୱିନୀ ଗୌଧୁରି ଡ଼ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ । ଉକ୍ତ ବୈଠକ ରେ ପରବର୍ତ୍ତୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା । ଶେଷରେ ଉପଦେଷ୍ଟା ତଥା କାର୍ଯ୍ୟ ନିର୍ବାହୀ ସଭାପତି ସୁରିନ୍ଦର ସିଂହ କାବଲି ଧନ୍ୟବାଦ ଅର୍ପଣ କରି ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ