Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜେଏସ୍‌ଡବ୍ଲୁ ଅଧିନରେଥିବା କମ୍ପାନୀକୁ ଫେରାଇ ବାକୁ ସୁପ୍ରିମକୋର୍ଟର ନିଦ୍ଦେର୍ଶ

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ ଅର୍ନ୍ତଗତ ଠେଲକୋଲେଇ ସ୍ଥିତ ଜେଏସ୍‌ଡବ୍ଲୁ କମ୍ପାନୀକୁ କମ୍ପାନୀ ଅଧିନରେ ଥିବା କାରଖାନାକୁ ଫେରାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଜେଏସ୍‌ଡବ୍ଲୁ ‌ନାମରେ ଥିବା ଏହି କାରଖାନାର ମାଲିକାନା ରଦ୍ଦ ହେବ ଏବଂ କାରଖାନା ପରିଚାଳନା ଦାୟିତ୍ବରୁ ଏହି କମ୍ପାନୀ ଓହରିଯିବ। ଠେଲକୋଲୋଇ ସ୍ଥିତ ଭୂଷଣ କାରଖାନାକୁ ୫ ବର୍ଷ ତଳେ ଜେଏସ୍‌ଡବ୍ଲ୍ଯୁ କମ୍ପାନୀ ଅଧିଗ୍ରହଣ କରିଥିଲା । କିନ୍ତୁ ଅଧିଗ୍ରହଣ ସମୟରେ ଏହି କମ୍ପାନୀ ଜାତୀୟ କମ୍ପାନୀ ଆଇନ ପ୍ରାଧୀକରଣର କେତେକ ଗୁରୁତ୍ବପୂର୍ଣ୍ଣ ସର୍ତ୍ତାବଳୀ ଖିଲାପ କରିଥିବାରୁ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ କଠୋର ଆଭିମୁଖ୍ୟ ପରେ ଏହି କାରଖାନାରେ କାର୍ଯ୍ୟରତ ୨୫ ହଜାର କର୍ମଚାରୀଙ୍କ ଭବିଷ୍ୟତ ପୁଣି ଅନିଶ୍ଚିତତାକୁ ଠେଳି ହୋଇଯାଇଛି। ଗୁରୁତର ଆର୍ଥିକ କ୍ଷତି ଯୋଗୁଁ ସମ୍ପୂର୍ଣ୍ଣ ଦେବାଳିଆ ହୋଇପଡ଼ିଥିବା ଭୂଷଣ କାରଖାନାକୁ ଜେଏସ୍‌ଡବ୍ଳୁ କମ୍ପାନୀ ୨୦୨୧ ମସିହାରେ ୧୯, ୭୦୦ କୋଟି ଟଙ୍କାରେ ଅଧିଗହଣ କରିଥିଲା। ତେବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ନେଇଥିବା ୪୭,୧୫୮ କୋଟି ଟଙ୍କା ରୁଣ ନିର୍ଦ୍ଦାରିତ ସମୟରେ ପରିଶୋଧ କରିବାରେ ବିଫଳ ହେବାରୁ ବ୍ୟାଙ୍କ ପକ୍ଷରୁ ୨୦୧୭ ଜୁଲାଇ ୨୬ ତାରିଖରେ ଜାତୀୟ କମ୍ପାନୀ ଆଇନ ଟ୍ରାଇବୁନାଲର ଆଶ୍ରୟ ନେଇଥିଲେ । ଟ୍ରାଇବୁନାଲଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଓ ଇଡି ୨୦୧୯ ଏପ୍ରିଲ ୨୫ ତାରିଖରେ ଭୂଷଣଷ୍ଟିଳ ଓ ପାଞ୍ବାର ଲିମିଟେଡ ( ବିପିଏସଏଲ) ବିରୋଧରେ ମାମଲା ରୁଜୁ କରିଥିଲେ। ୨୦୧୯ ଅକ୍ଟୋବର ୧୯ରେ ଭୂଷଣ କାରଖାନାର ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିଲା। କମ୍ପାନୀ ଟ୍ରାଇବୁନାଲଙ୍କ ନିଷ୍ପତ୍ତି ଅନୁସାରେ ଭୂଷଣ କାରଖାନାକୁ ବିକ୍ରିକରି ଲବ୍ଧ ଟଙ୍କାରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର କିଛି ଭାଗ ରୁଣ ଟଙ୍କା ଭରଣା କରିବାକୁ ପଦକ୍ଷେପ ନିଆଯାଇଥିଲା ତେଣୁ ଜେଏସ୍‌ଡବ୍ଲ୍ୟୁ ଏହି କାରଖାନାକୁ ଅଧିଗ୍ରହଣ କରିଥିଲା। କିନ୍ତୁ ଭୂଷଣ କାରଖାନାକୁ ଅଧିଗ୍ରହଣ କଲାବେଳେ ଜେଏସ୍‌ଡବ୍ୟୁ କମ୍ପାନୀ ଯେଉଁସବୁ ସର୍ତ୍ତ ଓ ପ୍ରତିଶ୍ରୁତି ପାଳନ କରିବାକୁ ଚୁକ୍ତିନାମା କରିଥିଲା ଗତ ୪ ବର୍ଷରେ ତାହା ପାଳନ କରିବାରେ ଖିଲାପ କରିଛି ଓ କାରଖାନ ଅଧିଗ୍ରହଣ ଆଇନ ଉଲ୍ଲଂଘନ କରିଛି । ଭୂଷଣ କାରଖାନାକୁ କିଣିବା ସମୟରେ ଜେଏସ୍‌ଡବ୍ଲୁ ଯେଉଁ ବ୍ୟାଙ୍କଗୁଡ଼ିକରୁ ରୁଣ ନେଇଥିଲା ସେମାନଙ୍କୁ ରୁଣ ପରିଶୋଧ କରିବାରେ ଯଥେଷ୍ଟ ବିଳମ୍ବ ‌କରିଛି। ଜେଏସ୍‌ଡବ୍ଲୁ ଅନେକ ଭୁଲ ତଥ୍ୟ ଦେଇ ଅଦାଲତକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛି ବୋଲି ସୁପ୍ରିମକୋର୍ଟ ସାଂପ୍ରତିକ ସ୍ଥିତି ସମୀକ୍ଷା କଲାପରେ ଏହି କାରଖାନାର ମାଲିକାନାସତ୍ତ୍ବ ରଦ୍ଦ କରିବାକୁ ଗତ ୨ ତାରିଖ ନିର୍ଦ୍ଦେଶ ଦେଇଛନ୍ତି । ଏହି କାରଖାନାର ସମ୍ପତି ମାତ୍ର ୫ ବଷ ମଧ୍ଯରେ ଦ୍ବିତୀୟଥର ବାଜ୍ୟାପ୍ତ ହେବାକୁ ଯାଉଥିବାରୁ ଏହାର ହଜାର ହଜାର କର୍ମଚାରୀଙ୍କର ମଧ୍ଯରେ ଭାଲେଣି ପଡ଼ିଛି। ଏହା ଜାଣିଲା ପରେ ଜେଏସ୍‌ଡବ୍ଲୁ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶର ପୁନଃବିଚାର କରାଯାଉ ବୋଲି ବୁଧବାର କମ୍ପାନୀ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଏକ ଦାବିପତ୍ର ରେଙ୍ଗାଲି ତହସିଲଦାରଙ୍କ ଜରିଆରେ ରାଷ୍ଟ୍ରପତି,ସୁପ୍ରିମକୋର୍ଟର ମୁଖ୍ଯ ବିଚାରପତି, ପ୍ରଧାନମନ୍ତ୍ରୀ, ଓଡ଼ିଶାର ମୁଖ୍ଯମନ୍ତ୍ରୀଙ୍କୁ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ