ଜଟେସିଂଘା ରେ ସନ୍ଥ କବି ଭୀମ ଭୋଇ ଙ୍କ ଜୟନ୍ତୀ ପାଳିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ଠାରେ ସନ୍ଥ କବି ଭୀମ ଭୋଇଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇ ଯାଇଛି l ତାଙ୍କର ଜନ୍ମପୀଠ ଜଟେସିଂହା ଠାରେ ମହିମା ଧର୍ମବଲମ୍ବୀ ଙ୍କ ଦ୍ୱାରା କଳସ ଶୋଭାଯାତ୍ରା ଓ ଧ୍ଵନି ଯଜ୍ଞ ପ୍ରତିଭା ପୂଜା କରାଯାଇଥିଲା l ସନ୍ଥ ଚନ୍ଦ୍ରମଣି ଦାସ ଏବଂ ଭୀମଭୋଇ ସୃତି କମିଟି ପକ୍ଷରୁ ଏକ ସଭା ଯଟେସିଂହା ଗ୍ରାମ ପଞ୍ଚାୟତ ଠାରେ ପାଳନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସମିତି ସଭ୍ୟ, ବିନୋବାନନ୍ଦ ପଧାନ , ରଶ୍ମିତା ପାଣ୍ଡେ , ଡ଼କ୍ଟର ପ୍ରଫୁଲ୍ଲ କୁମାର ରଥ , ଡ଼କ୍ଟର ଦେବାଶିଷ ପାଣ୍ଡିଆ , ଡ଼କ୍ଟର ଅନିରୁଦ୍ଧ କୁରକୁରିଆ , ସାମ୍ବାଦିକ ଯୁଗଳ କିଶୋର ମିଶ୍ର ପ୍ରମୁଖ ଅନ୍ୟତମ ଅତିଥିଭାବେ ଯୋଗ ଦେଇ ସୃତି ଚାରଣ କରିଥିଲେ l ଶେଷରେ ଏକ ମନୋଜ୍ଞ କବିତା ପାଠୋତ୍ସବ କରାଯାଇଥିଲା l ଉକ୍ତ କବିତା ସବୁକୁ ଲକ୍ଷ୍ମୀ ନାରାୟଣ ସାହୁ ଏବଂ ହୃଷିକେଶ ଚାନ୍ଦ ସଂଯୋଜନା କରିଥିଲେ l କିଶୋର ହୋତା , ପ୍ରହଲ୍ଲାଦ ନାଏକ, ଅଧ୍ୟାପକ ଯଜ୍ଞଶ୍ୱର ବିଶି , ଅଧ୍ୟାପିକା ସନ୍ତୋଷିନୀ ନାୟକ, ଆନନ୍ଦ ପଧାନ, କମ୍ଭୁଧର ସୁନା , ଅକ୍ଷୟ ରାଏ ଶୁଭେନ୍ଦୁ ମେହେର , ସବିତା ହୋତା , ଧର୍ମକୁମାର ଶତପଥି ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ l ଡ଼କ୍ଟର ଦ୍ବିତିକୃଷ୍ଣ ପଣ୍ଡା ସଭାପରିଚଳନା କରିଥିବା ବେଳେ ଶେଷରେ ଗଦାଧର ବାଦୀ ଧନ୍ୟବାଦ ଅର୍ପଣ କରିଥିଲେ l